Latest Odisha News

BREAKING NEWS

ମେ ୨୦ରୁ ମାଟ୍ରିକ ଖାତାଦେଖା

ଭୁବନେଶ୍ୱର: କରୋନା କଟକଣା ଭିତରେ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ଆସନ୍ତା ୨୦ ତାରିଖରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ଏଥିପାଇଁ ମେ ୧୯ ତାରିଖରେ ଇନଭିଜିଲେଟର ମାନେ ରିପୋର୍ଟ କରିବେ ।

ଖାତାଦେଖା ବେଳେ ସାମାଜିକ ଦୂରତା ବଜାୟ ରହିବ । ୬୦ଟି ସେଂଟରରୁ ଖାତା ଦେଖା ହେବ । ଶିକ୍ଷକଙ୍କୁ ସ୍ୱତନ୍ତ୍ର ଇନସେଂଟିଭ୍ ଦେବା ପାଇଁ ବୋର୍ଡ ବିଚାର କରୁଛି । ଜୁଲାଇ ଶେଷ ଆଡକୁ ରେଜଲ୍ଟ ପ୍ରକାଶ କରିବା ପାଇଁ ଉଦ୍ୟମ କରାଯିବ ବୋଲ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ।

ଫେବ୍ରୁଆରୀ ୧୯ରୁ ମାର୍ଚ୍ଚ ୨ ତାରିଖ ଯାଏ ମାଟ୍ରିକ ପରୀକ୍ଷା ହୋଇଥିଲା । ମାର୍ଚ୍ଚ ୧୮ ଓ ୧୯ ଦୁଇ ଦିନ ଧରି ଖାତା ଦେଖା ହେବା ପରେ କରୋନା ଲାଗି ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଥିଲା । ଚଳିତ ଥର ସାଢେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି ।

Leave A Reply

Your email address will not be published.