Latest Odisha News

ନୀଳକନ୍ଦରରୁ ବାହାରିବେ ନୀଳମଣି

ପୁରୀ:ରତ୍ନ ବେଦୀରୁ ଜନ୍ମ ବେଦୀ । ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା । ପତିତ ଉଦ୍ଧାର ପାଇଁ ବଡ଼ଦେଉଳୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ । ଭାଇ, ଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ବାଡି ଯିବେ । ଟାହିଆ ହଲାଇ ନୀଳ କନ୍ଦରରୁ ବାହାରିବେ ନୀଳମଣି । ବାଇଶି ପାହାଚ ଡେଇଁ ବଡ଼ଦାଣ୍ଡରେ ରଥ ଉପରେ ବିରାଜିବେ ଚତୁର୍ଦ୍ଧା ମୂର୍ତ୍ତି । ରଥ ପ୍ରସ୍ତୁତ । ପଥ ବି ପ୍ରସ୍ତୁତ। ଅପେକ୍ଷା କେବଳ ମହାପ୍ରଭୁଙ୍କୁ ।

କେତେବେଳେ ଆସିବେ ଶ୍ରୀଜିଉ । ଚାତକ ପରି ଅନାଇ ରହିଛନ୍ତି ବିଶ୍ବର କୋଣ ଅନୁକୋଣରୁ କୋଟି କୋଟି ଭକ୍ତ, ଜଗନ୍ନାଥପ୍ରେମୀ । କାଳିଆ ଠାକୁରଙ୍କ କଳା ବଦନକୁ ଟିକେ ଦେଖିବେ । କାହିଁ କେତେ ଦିନରୁ ଦର୍ଶନ ମିଳିନି । ଆଖି ଦେଖିବ, ମନକୁ ଶାନ୍ତି ମିଳିବ । ପୂରଣ ହେବ ବହୁ ଦିନର ଆଶା ।

କରୋନା ଯୋଗୁ ବିନା ଭକ୍ତରେ ରଥଯାତ୍ରା । ତାଳଧ୍ବଜ, ନନ୍ଦିଘୋଷ ଓ ଦର୍ପଦଳକୁ ଟାଣିବେ ସେବାୟତ । ବଡ଼ଦାଣ୍ଡରେ କିନ୍ତୁ ହେବନି ଭକ୍ତ ଓ ଭଗବାନଙ୍କ ମିଳନ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଚର୍ମ ଚକ୍ଷରୁ ଦେଖି ପାରିବେ ନାହିଁ ଭକ୍ତ । ଘରେ ରହିବେ । ଟିଭି ପରଦାରେ ଦେଖିବେ ମହାପ୍ରଭୁଙ୍କ ଏହି ଅନ୍ୟନ୍ୟ ଯାତ୍ରା ।

ଶ୍ରୀକ୍ଷେତ୍ର ରଥଯାତ୍ରା ପରମ୍ପରାରେ ଯାହା କେବେ ଘଟି ନଥିଲା ତାହା ଘଟିଲା । ଏହା ବୋଧେ ଥିଲା କାଳିଆର ଲୀଳା । କରୋନା ଭଳି କଠୋର ପରିସ୍ଥିତିରେ ଭଗବାନ ବି ଚାହୁଁ ନଥିଲେ ଭକ୍ତ ଆସୁ ଶ୍ରୀକ୍ଷେତ୍ର । ସମସ୍ତେ ସୁରକ୍ଷିତ ରହୁନ୍ତୁ । ସୁସ୍ଥ ରହୁନ୍ତୁ । ଘରେ ରୁହନ୍ତୁ ।

Leave A Reply

Your email address will not be published.