ପୁରୀ: ପୁରୀର ମଙ୍ଗଳାହାଟ ନିକଟରେ ବୁଧବାର ବିଳମ୍ବିତ ରାତିରେ ଆସୁଥିବା ଏକ ଅଟୋ ଭାରସମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ସମେତ ୫ ଜଣ ଯାତ୍ରୀ ଏଥିରେ ଆଘାତପ୍ରାପ୍ତ ହୋଇଥିଲେ । ଠିକ ସେହି ସମୟରେ ପୁରୀ ଆରଟିଓ ରବିନ ପଟ୍ଟନାୟକ ପୋଲିସ ଏନଫୋର୍ସମେଂଟ ସହିତ ସେହି ବାଟେ ଯାଉଥିଲେ । ସେ ସଙ୍ଗେ ସଙ୍ଗେ ନିଜ ଅଫିସ ଗାଡିରେ ଆହତଙ୍କୁ ଡାକ୍ତରଖାନା ପଠାଇବାକୁ ବ୍ୟବସ୍ଥା କରିଥିଲେ । ଏବେ ସେମାନେ ବିପଦମୁକ୍ତ ଅଛନ୍ତି । ସୂଚନାଯୋଗ୍ୟ, ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଆଣି ଚିକିତ୍ସା ଯୋଗାଇବାରେ ସହଯୋଗ କଲେ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର ଟଙ୍କା ପୁରସ୍କାର ବାବଦକୁ ପ୍ରଦାନ କରାଯାଇଥାଏ । ଆରଟିଓ ନିଜେ ସହଯୋଗ କରି ଅନ୍ୟମାନଙ୍କୁ ଏଥିପାଇଁ ପ୍ରେରଣା ଯୋଗାଇଛନ୍ତି । ଏହା ଦ୍ୱାରା ଅନ୍ୟମାନେ ଆହତଙ୍କୁ ଡାକ୍ତରଖାନା ନେବାକୁ ଭୟ କରିବେ ନାହିଁ ।
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ

Comments are closed.