Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ ଶ୍ରୀ-ଉତ୍ସବ ପାଳିତ

ପୁରୀ: ପବିତ୍ର ମାର୍ଗଶିର ମାସ ଶେଷ ଗୁରୁବାର ଉପଲକ୍ଷେ ପୁରୀରେ ଶ୍ରୀ ଉତ୍ସବ ପାଳିତ ହୋଇଯାଇଛି । ଲକ୍ଷ୍ମୀ ପୁରାଣର ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର କରିବା ଉଦ୍ଦେଶ୍ୟରେ ଆଜି ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରସ୍ଥିତ ଶ୍ରୀ ଗୌର ଗୋପାଳ ଆଶ୍ରମଠାରେ ଏହି ଉତ୍ସବ ପାଳିତ ହୋଇଥିଲା । ମହିଳାମାନେ ଶ୍ରୀମନ୍ଦିରରେ ମହାଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ପରେ ସାମୂହିକ ଭାବେ ଲକ୍ଷ୍ମୀ ପୁରାଣ ପାଠ କରିଥିଲେ । ହୁଳ ହୁଳି ସହ ମହାଲକ୍ଷ୍ମୀଙ୍କ ତ୍ସୋତ୍ର ପାଠ କରିଥିଲେ । ବିଶିଷ୍ଟ ସମାଜସେବୀ ଶ୍ରୀମତୀ ଚିଦାତ୍ମିକା ଖଟୁଆ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବକୁ ଶୁଭାରମ୍ଭ କରିଥିଲେ । ପୁରୀର ବୋହୂମାନେ ମହାଲକ୍ଷ୍ମୀଙ୍କ ପୂଜା, ଆରତୀ ଓ ବନ୍ଦାପନା କରିବା ପରେ ଲକ୍ଷ୍ମୀ ପୁରାଣ ପଠନ କରିଥିଲେ । ଏହି ଉତ୍ସବ ପାଂଚ ବର୍ଷ ଧରି ପାଳିତ ହୋଇଆସୁଛି । ପୁରୀ ସହ ରାଜ୍ୟର ବିଭିନ୍ନ ଜିଲ୍ଲା କଟକ, ବାରିପଦା, ଭୁବନେଶ୍ୱର ସମେତ ଏହି ଉତ୍ସବ ପାଳିତ ହୋଉଛି ।

ନୃତ୍ୟଶିଳ୍ପୀ ରୋଜାଲିନ୍ ପଣ୍ଡା, ବର୍ଷା ରାଣୀ, ଉଷା ରାଣୀ, ସୁକାନ୍ତୀ ବେହେରା, ସୋନାଲି, ବେବିନା, ଶୁଭଲକ୍ଷ୍ମୀ ଦାସ, ପୁଷ୍ପାଂଜଳୀ ଦାସ, ରଶ୍ମିତା ଗୁରୁ, ମୋନାଲିସା ଶ୍ରୀଚନ୍ଦନ ପ୍ରମୁଖ ପୁରୀର ବୋହୂମାନେ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଶ୍ରୀଜଗନ୍ନାଥ ଐତିହ୍ୟ ଓ ସାଂସ୍କୃତିକ ପରିଷଦର ନିର୍ଦ୍ଦେଶକ ଗୁରୁ କୁମାର ଭୀମସେନ୍‌, ଶ୍ରୀ ଉତ୍ସବ କମିଟି ଉପଦେଷ୍ଟା ପିନାକୀ ମହାନ୍ତି, ଅରବିନ୍ଦ ଅଗ୍ରୱାଲ, ବିଶ୍ୱ ଶାନ୍ତି ତ୍ରିପାଠୀ ଓ ରାଜ କିଶୋର ଦାସ ପ୍ରମୁଖ କାର୍ଯକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.