ଭୁବନେଶ୍ଵର: ଗତ ୨୫ ତାରିଖରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଗଣତି ସୁରୁଖୁରରେ ସରିଥିବା ବେଳେ ଏବେ ୨ୟ ପର୍ଯ୍ୟାୟ ଗଣତି ମଣତି ହେବ । ପ୍ରିଲ ମାସର ୮, ୯ ଏବଂ ୧୦ ତାରିଖରେ ତିନି ଦିନ ଧରି ବାହାର ରତ୍ନଭଣ୍ଡାରର ୨ୟ ପର୍ଯ୍ୟାୟ ଗଣତିମଣତି ହେବ ବୋଲି ଗତକାଲି ଆଇନ ମନ୍ତ୍ରୀ ସୂଚନା ଦେଇଥିବାବେଳେ, ଏହା ଭିତରେ ବଡ ବୟାନ ରଖିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ ଜଗତଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ।
ସେ କହିଛନ୍ତି ଯେ, ରତ୍ନଭଣ୍ଡାର ଗଣତିମଣତି କଥା ମୁଁ ଜାଣି ନାହିଁ । ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ମୋତେ କିଛି ସୂଚନା ଦେଇ ନାହାନ୍ତି କି ମୋତେ କିଛି ପଚାରି ନାହାନ୍ତି । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ଯେ ମନ୍ଦିରର ଯେକୌଣସି ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା କଥା। ତାହା ସେମାନେ କରୁ ନାହାନ୍ତି ବୋଲି ଶଙ୍କାରଚାର୍ଯ୍ୟ କହିଛନ୍ତି ।
ଭୁବନେଶ୍ଵର ଜାଗମରା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସାମ୍ବାଦିକଙ୍କ ପ୍ରଶ୍ନରେ ଏହି ଉତ୍ତର ଦେଇଛନ୍ତି ଶଙ୍କାରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ।