Latest Odisha News

[ଭିଡ଼ିଓ] ନୂଆବର୍ଷରେ ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ନୂଆବର୍ଷରେ କଟକଣା ପରେ ଆଜି ଦର୍ଶନ ଦେଲେ ମହାପ୍ରଭୁ । ରତ୍ନ ସିଂହାସନରେ ପ୍ରଭୁଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥିଲା। ମଙ୍ଗଳଆରତୀ ସରିବା ପରେ କଟକଣା ଭିତରେ ଶ୍ରଦ୍ଧାଳୁ ମାନେ ତିନିଦିଅଁଙ୍କୁ ଦର୍ଶନ କରିଥିଲେ ।

ତିନିଦିନର ବିରତି ପରେ ଆଜି ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିର। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଓ ଆଶିଷ ଲାଭରୁ ବଞ୍ଚିତ ହୋଇଥିବା ଭକ୍ତ ଆଜି ବହୁ ସଂଖ୍ୟାରେ ଆସି ମହାପ୍ରଭୁଙ୍କ ଆଶିଷ ଲାଭ କରିଛନ୍ତି।

ଆଜି ଭୋର ୪.୩୦ ରୁ ମଙ୍ଗଳ ଆଳତୀ ସରିବା ପରେ ଦର୍ଶନରେ ସାମିଲ ହୋଇଥିଲେ। ଆଜି ଦିନ ତମାମ ଭକ୍ତଙ୍କ ଗହଳି ଜାରି ରହିଥିବା ବେଳେ ନୂଆବର୍ଷ ପାଇଁ ଭକ୍ତମାନେ ନିଜର ଓ ପରିବାରର ମଙ୍ଗଳ କାମନା କରିଥିଲେ।

ଅନ୍ୟପଟେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ମରଚିକୋଟ ଛକଠାରୁ ବ୍ୟାରିକେଡ଼ କରାଯାଇ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିଥିଲା ପ୍ରଶାସନ

ସେପଟେ ନୂଆ ଡିଜିପି ଭାବେ ସୁନିଲ କୁମାର ବଂସଲ୍ ନୂଆବର୍ଷରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଆଜି ପୁରୀ ଆସି ମହାପ୍ରଭୁଙ୍କ ଆର୍ଶୀବାଦ ନେଇଛନ୍ତି।

ଡିଜିପିଙ୍କ ସହ ତାଙ୍କ ପତ୍ନୀ, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ମହାପ୍ରଭୁଙ୍କ ଦର୍ଶନରେ ସାମିଲ ହୋଇଥିଲେ। ମହାପ୍ରଭୁଙ୍କ ଆଶିର୍ବାଦରୁ ରାଜ୍ୟବାସୀଙ୍କର ସେବା କରିବାର ସୁଯୋଗ ମିଳିଥିବା ସେ କହିଛନ୍ତି।

Comments are closed.