Latest Odisha News

BREAKING NEWS

ଶ୍ରୀମନ୍ଦିର ଆଇନରେ ହେବ ପରିବର୍ତ୍ତନ ଓ ଖୋଲିବ ନୂଆ ୟୁଟୁବ୍ ଚ୍ୟାନେଲ

ପୁରୀ: ଶନିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶ୍ରୀମନ୍ଦିରକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ପ୍ରସ୍ତୁତି ଓ ରତ୍ନଭଣ୍ଡାର ମରାମତି ଅଗ୍ରଗତି ନେଇ ମଧ୍ୟ ଆଲୋଚନା ହୋଇଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଶ୍ରୀମନ୍ଦିର ଆଇନରେ ପରିବର୍ତ୍ତନ କରାଯିବ। ପୁରୁଣା ଆଇନରେ ସଂଶୋଧନ କରାଯାଇ କଠୋର ଦଣ୍ଡ ବ୍ୟବସ୍ଥା ହେବ।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଣ ଓ ଫଟୋ, ଭିଡିଓ ଭାଇରାଲ୍ ସହ ମୋବାଇଲ ଫୋନ୍ ପ୍ରବେଶ ଭଳି ଘଟଣା ରୋକିବାକୁ କଠୋର ଆଇନ୍ ଅଣାଯିବ। ଏଥିପାଇଁ ଶ୍ରୀଜଗନ୍ନାଥ ଟେମ୍ପୁଲ୍ ଆକ୍ଟ ଅନୁଯାୟୀ ଦଣ୍ଡବିଧାନ କରାଯିବାକୁ ବ୍ୟବସ୍ଥା କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।

ଏଥି୍ସହ ପଣା ସଂକ୍ରାନ୍ତିରେ ଓଡିଆ ନବବର୍ଷର କ୍ୟାଲେଣ୍ଡର ଶ୍ରୀମନ୍ଦିର ପ୍ରଶାସନ କରୁଛି। ପ୍ରଥମେ ମହାପ୍ରଭୁଙ୍କ ପାଖରେ ଲାଗି ହେବ। କେବଳ ଜୈବିକ ଚାଉଳରେ କୋଠ ଭୋଗରେ ଅମୃତ ଅନ୍ନ ପ୍ରସ୍ତୁତ ହେବ ବୋଲି ମଧ୍ୟ କୁହାଯାଇଛି ।

ସେହିଭଳି ଗୁଣ୍ଡିଚା ମନ୍ଦିର ନିକଟରେ ଆଉ ଏକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପ୍ରତିଷ୍ଠା, ପଣା ସଂକ୍ରାନ୍ତି କିମ୍ବା ଅକ୍ଷୟ ତୃତୀୟା ଠାରୁ ଶ୍ରୀମନ୍ଦିରର ନୂଆ ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।

ଚଳିତ ବର୍ଷ ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବେ ଆୟୋଜନ ହୋଇପାରିବ ସେନେଇ ବୈଠକରେ ଆଲୋଚନା ସହ ରତ୍ନଭଣ୍ଡାର ମରାମତି ଅଗ୍ରଗତି ଉପରେ ମଧ୍ୟ ଆଲୋଚନା ହୋଇଛି। ବାହାର ଓ ଭିତର ରତ୍ନଭଣ୍ଡାର ମଝିରେ ପାଞ୍ଚଟି ବିମ୍ ଲାଗିଥିଲା। ତାହା କଳଙ୍କ ଲାଗି ଖରାପ ହେବାରୁ ଷ୍ଟେନଲେସ୍ ଷ୍ଟିଲ୍ ବିମ୍ ସହ ବଦଳାଯାଇଛି ।ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକ ମଧ୍ୟ ବଦଳାଯାଉଛି। କେମିକାଲ ଓ୍ବାସିଂ ଚାଲିଥିବା ବେଳେ ବାହାର ରତ୍ନଭଣ୍ଡାରକୁ ଡିପ୍ଲାଷ୍ଟରିଂ କରାଯାଉଥିବା ସମୟରେ ପଥର ଖରାପ ବାହାରୁଛି। ତେଣୁ ଅକ୍ଷୟ ତୃତୀୟା ସୁଦ୍ଧା ମରାମତି ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଆହୁରି ମଧ୍ୟ ୟୁନିଫର୍ମ ପଲିସି, ପରିଚାଳନା କମିଟିରେ ପାସ୍ ହୋଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ହେବାପରେ ନୂଆ ୟୁନିଫର୍ମ ପଲିସି ଲାଗୁ ହେବ । ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ଦର୍ଶନ ନେଇ ଆଲୋଚନା ହୋଇଛି । ଏକ୍ସପର୍ଟ ମାନେ ଡାଇଗ୍ରାମ ଦେଖାଇଛନ୍ତି ।

 

Comments are closed.