Latest Odisha News

ଆସନ୍ତା ୨ ମାସ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ, ସମୀକ୍ଷା କଲେ ଆଇନଜୀବୀ ଟିମ

ପୁରୀ: ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ପୁରୀର ଏକ ଆଇନଜୀବୀ ଟିମ ପକ୍ଷରୁ ଶ୍ରୀମନ୍ଦିର ଚତୁର୍ପାଶ୍ୱ ବୁଲି ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ବିଭିନ୍ନ ମହଲରୁ ଦାବି କରାଯାଉଥିବା ବେଳେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେଲେ ଚାରିଦ୍ୱାର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।

ଏହାକୁ ଦୃଷ୍ଟିରେ ରଖି ଆଜି ପୁରୀର ଏକ ଆଇନଜୀବୀ ଟିମ ସମ୍ପୂର୍ଣ୍ଣ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି ଆସନ୍ତା ଦୁଇ ମାସ ମଧ୍ୟରେ ଏହି ସମସ୍ତ କାର୍ଯ୍ୟ ଶେଷ କରି ନୂଆ ବର୍ଷ ସୁଦ୍ଧା ଭକ୍ତଙ୍କ ଲାଗି ଚାରି ଦ୍ୱାର ଖୋଲିବା ସହ ସ୍ୱତନ୍ତ୍ର ସେଡ ଏବଂ ଭକ୍ତଙ୍କ ଲାଗି ପାନୀୟ ଜଳ ଆନୁସଙ୍ଗିକ ବ୍ୟବସ୍ଥା କରିବା ଆଇନଜୀବୀ ସଂଘ ଦାବି କରିଛି। ୨୦୧୮ ମସିହା ଅକ୍ଟୋବର ୩ ଆଜିର ଦିନରେ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ନେଇ ପୁରୀରେ ଦଙ୍ଗା ଏବଂ ପୋଡାଜଳା ହୋଇଥିଲା।

ତେବେ ଆଜିର ଦିନକୁ ବଳିଦାନ ଓ ସଂଗ୍ରାମ ଦିବସ ଭାବେ ମାନି ଶାନ୍ତିପୂର୍ଣ୍ଣ ଭାବେ ଆଇନଜୀବୀ ଟିମ ସମ୍ପୂର୍ଣ୍ଣ ପରିକ୍ରମା କାର୍ଯ୍ୟର ସମୀକ୍ଷା କରି ଭକ୍ତଙ୍କ ଲାଗି ଦୁଇ ମାସ ମଧ୍ୟରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଲାଗି ମତ ପ୍ରକାଶ କରିଛନ୍ତି ଜଗନ୍ନାଥ ସେନା ଆବାହକ ତଥା ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ।

Comments are closed.