Latest Odisha News

BREAKING NEWS

ବଢ଼ିଲା ଶ୍ରୀମନ୍ଦିର ପତିତପାବନ ବାନା ଦର

ପୁରୀ: ପୁରୀ ଶ୍ରୀମନ୍ଦିର ଉପରେ ଲାଗୁଥିବା ପବିତ୍ର ପତିତପାବନ ବାନାର ଦାମ ବଢ଼ାଯାଇଛି। ଶନିବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି। ପତିତପାବନ ବାନାର ଦାମ ୧୦୦ ଟଙ୍କା ବଢ଼ାଇଛି ପ୍ରଶାସନ। ଏବେ ଭକ୍ତଙ୍କୁ ଏଥିପାଇଁ ୩୦୦ ଟଙ୍କା ଦେବାକୁ ହେବ। ପ୍ରତିଦିନ ନୀଳଚକ୍ରରେ ଓଲାଗି ହୁଏ ୧୪ ହାତ ବିଶିଷ୍ଟ ବାନା।

ଶ୍ରୀମନ୍ଦିର ପ୍ରଶାସନର ସବ୍ କମିଟି ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜିଠାରୁ ଏହି ଦରରେ ପରିବର୍ତ୍ତନ ଆସିଛି। ଶ୍ରୀମନ୍ଦିର ଉପରେ ଉଡୁଥିବା ପତିତପାବନ ବାନାକୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଭକ୍ତମାନଙ୍କୁ ବିକ୍ରି କରାଯାଇଥାଏ। ଏହାକୁ ୨୦୦ ଟଙ୍କାରେ ବିକ୍ରି କରାଯାଉଥିବା ବେଳେ ଗତ ୧୦ ବର୍ଷ ମଧ୍ୟରେ ଏହାର ମୂଲ୍ୟରେ କୌଣସି ସଂଶୋଧନ କରାଯାଇନଥିଲା।

ଏବେ ଓଲାଗି ବାନା ମୂଲ୍ୟ ୧୦୦ ଟଙ୍କା ବଢ଼ାଯାଇଛି ଏବଂ ଏହା ଏବେ ୩୦୦ ଟଙ୍କାରେ ବିକ୍ରି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନର ପ୍ରଶାସନିକ ଅଧିକାରୀ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି।

ସେହିପରି ଆଗାମୀ ଦିନରେ ଯେଉଁ ଭକ୍ତମାନେ ମନସ୍କାମନା ରଖିବେ ତାଙ୍କୁ ଅଧିକ ପଇସା ଦେବାକୁ ହେବ ବୋଲି କୁହାଯାଉଛି। ଏ ବାବଦରେ କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ସୂଚନା ଦେଇ ନାହାନ୍ତି।

Leave A Reply

Your email address will not be published.