ପୁରୀ: ଦୀର୍ଘ ୯ ମାସ ପରେ ବଡ଼ଦେଉଳର ରତ୍ନ ସିଂହାସନରେ ଆଖି ଦେଖିଲା ଚକାନୟନ । ଭକ୍ତ ଓ ଭଗବାନଙ୍କ ମିଳିନ ହେଲା । ଆଜିଠାରୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୁରୀ ବାସିନ୍ଦା । ମାର୍କେଟ ଛକଠାରୁ ବ୍ୟାରିକେଡ୍ ଦେଇ ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ପ୍ରବେଶ ପୂର୍ବରୁ ସାନିଟାଇଜ ହେବା ସହ ପରିଚୟପତ୍ର ଓ ଟୋକନ ଦେଖାଇ ଭିତରକୁ ଯାଉଛନ୍ତି ଭକ୍ତ ।
ସେବାୟତଙ୍କ ପରିବାର ପରେ ଆଜିଠାରୁ ପୁରୀବାସୀଙ୍କୁ ମିଳିଛି ମହାବାହୁଙ୍କ ମହାଦର୍ଶନ କରିବାର ସୁଯୋଗ । ସକାଳ ସାଢ଼େ ୭ଟାରୁ ଭକ୍ତଙ୍କୁ ଦର୍ଶନ ପାଇଁ ଭିତରକୁ ଛଡ଼ାଯାଇଥିଲା । ତିନିଟି ସିଫ୍ଟରେ ପହୁଡ଼ ଯାଏଁ ସାଧାରଣ ଦର୍ଶନ ଅନୁଷ୍ଠିତ ହେବ । ପୁରୀର ୭ଟି ୱାର୍ଡର ଲୋକ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବେ । ୩୧ ତାରିଖ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ୱାର୍ଡ ବାସିନ୍ଦାଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ହୋଇଛି ।
ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ୧୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ପରୀକ୍ଷାମୂଳକ ଭାବେ ଏହି ଦର୍ଶନ ବ୍ୟବସ୍ଥା କରାଯାଉଥିବା ବେଳେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ ବି କରାଯାଉଛି । ଆସନ୍ତା ୩ ତାରିଖରୁ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଏଥିପାଇଁ ୯୬ ଘଣ୍ଟା ମଧ୍ୟରେ କୋଭିଡ ନେଗେଟିଭ ରିପୋର୍ଟ ଆବଶ୍ୟକ ।
BREAKING NEWS
- ବିଧାୟକ ଓ ବରିଷ୍ଠ ଅଧିକାରୀଙ୍କ ପାଇଁ ୩୦୦ ଫ୍ଲାଟର ବ୍ୟବସ୍ଥା;ଜୁନ୍ ୩୦ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ
- Sara Ali Khan Badrinath Kedarnath Visit : ଆଉ କେଦାରନାଥ ଦର୍ଶନ କରିପାରିବେ ନାହିଁ ସାରା ଅଲି ଖାନ?
- Bhojpuri film:୨୦ ବର୍ଷ ତଳର ସେହି ବ୍ଲକବଷ୍ଟର ଫିଲ୍ମ
- SJFI ସ୍ୱର୍ଣ୍ଣ ଜୟନ୍ତୀ: ଉତ୍ତରାଞ୍ଚଳ ଜିତିଲା ଜେକେ ବୋଷ ଟ୍ରଫି, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସମ୍ମାନିତ
- Modi’s Farewell Speech in Rajyasabha: ରାଜ୍ୟସଭା ସାଂସଦଙ୍କ ଉଦ୍ଦେଶ୍ୟରେ ବିଦାୟୀ ଭାଷଣ, ପ୍ରଧାନମନ୍ତ୍ରୀ କହିଲେ, “ରାଜନୀତିରେ କୌଣସି ପୂର୍ଣ୍ଣଚ୍ଛେଦ ନାହିଁ”
- Harbhajan Singh On Mumbai Indians Win: ଭଜିଙ୍କ ଭବିଷ୍ୟବାଣୀ, ଏଥର ମୁମ୍ବାଇ ଇଣ୍ଡିଆନ୍ସ
- Bunker Buster Bombs On Iran Missile Sites: ଭୟଙ୍କର ରୂପ ନେଲା ଯୁଦ୍ଧ! ଇରାନୀ କ୍ଷେପଣାସ୍ତ୍ର ଘାଟି ଉପରେ ବଙ୍କର୍ ବଷ୍ଟର ବୋମା ପକାଇଲା ଆମେରିକା
- ବୁମରାହ, ଅକ୍ଷରଙ୍କ ସ୍ୟାଲେରୀ ବଢ଼ାଇବ ବିସିସିଆଇ
- ଯୁଦ୍ଧ ମଧ୍ୟରେ ଏଲ୍ପିଜି ସଙ୍କଟ: ଓଡ଼ିଆ କ୍ୟାପଟେନଙ୍କ ସାହସ ଓ କର୍ତ୍ତବ୍ୟ ପାଇଁ ଆଜି ଦେଶ ଗର୍ବିତ
- ଇରାନ ବିରୋଧରେ ଏକତ୍ର ହେବେ ଇସଲାମିକ ଦେଶ
Comments are closed.