Latest Odisha News

BREAKING NEWS

ସ୍ନାନଯାତ୍ରା ପାଇଁ ଆଜି ସେବାୟତଙ୍କର ହେବ କୋଭିଡ୍ ଟେଷ୍ଟ

ପୁରୀ: ଆସନ୍ତା ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା । ପୁରୀରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ଅନୁଷ୍ଠିତ ହେବ । ଏଥିରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆଜି କୋଭିଡ୍ ଟେଷ୍ଟ କରାଯିବ । ଏହାସହ ସ୍ନାନଯାତ୍ରାରେ ସାମିଲ ହେବାକୁ ଥିବା ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀଙ୍କର ବି କରୋନା ଟେଷ୍ଟ ହେବ । ପୁରୀର ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ ସମସ୍ତଙ୍କର RT-PCR ଟେଷ୍ଟ କରାଯିବ ।

ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟ, ପୋଲିସ ଓ ମନ୍ଦିର ପ୍ରଶାସନ କର୍ମଚାରୀଙ୍କର ୪ଟି ପର୍ଯ୍ୟାୟରେ କୋଭିଡ୍ ଟେଷ୍ଟ ହେବ ବୋଲି ପୂର୍ବରୁ ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଦେବସ୍ନାନ ପୂର୍ଣ୍ଣିମା, ଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେର ୧୫ ଦିନ ପରେ ସମସ୍ତଙ୍କର RT-PCR ଟେଷ୍ଟ ପାଇଁ ନିଷ୍ପତ୍ତି ଦୋଇଛି ।

 କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ମଧ୍ୟ ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ଘୋଷଯାତ୍ରା । କଡ଼ା କଟକଣା ଜାରି କରାଯିବ । କେବଳ ସୀମିତ ସେବାୟତ, ପୋଲିସ ଓ ମନ୍ଦିର ପ୍ରଶାସନ କର୍ମକର୍ତ୍ତା ସାମିଲ ହେବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ସେପଟେ ଜୁଲାଇ ୧୫ ତାରିଖ ଯାଏ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।

Leave A Reply

Your email address will not be published.