Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୦-୬-୨୦୨୧ ରବିବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଜୁନ ତା ୨୦ ରିଖ ରବିବାର ମିଥୁନ ୬ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି ଚିତ୍ରା ନକ୍ଷତ୍ର କନ୍ୟା ଚନ୍ଦ୍ର
ଘାତ ବାର-: ମେଷ ରାଶିର
ଘାତ ଚନ୍ଦ୍ର-: ବୃଷ ରାଶି ପୁରୁଷ ଓ ଧନୁ ରାଶି ମହିଳାଙ୍କର
ଆଜିର ନିଷେଧ ଖାଦ୍ୟ-: କଳମ୍ଵି ଶାଗ
ଆଜି – ପବିତ୍ର ଗଙ୍ଗା ଦଶହରା ସ୍ନାନ,ସେତୁବନ୍ଧ ପ୍ରତିଷ୍ଠା ଦିବସ, ଶ୍ରୀ ମନ୍ଦିରରେ ରାଜେନ୍ଦ୍ରାଭିଷେକ

ମେଷ
ଆଜି ପ୍ରଶାସନ, ପରିବହନ ଓ ବିବାଦୀୟ କ୍ଷେତ୍ରରେ ସଫଳତା ହାସଲ କରିବେ। ଲକ୍ଷ୍ୟସ୍ଥଳକୁ ଯିବା ରାସ୍ତାରେ ମିତ୍ରତା ସ୍ଥାପନ କରିବାର ସୁଯୋଗ ପାଇବେ ଆପଣଙ୍କୁ ସମ୍ମୁଖରେ ଭଲ ଭଲ କହୁଥିବା ଲୋକଟି ପଛରେ ସମାଲୋଚନା କରୁଥିବା ଶୁଣି ଅଶାନ୍ତି ଅନୁଭବ କରିବେ।

ପ୍ରତିକାର- ମଙ୍ଗଳଙ୍କ ନିମ୍ନ ସ୍ତୋତ୍ର ପାଠ କରନ୍ତୁ ।

ଧରଣୀ ଗର୍ଭ ସମ୍ଭୁତ° ବିଦ୍ୟୁତକାନ୍ତି ସମପ୍ରଭ°
କୁମାର ଶକ୍ତି ହସ୍ତଞ୍ଚ ଲୋହିତାଙ୍ଗ ନମାମ୍ଯହ°

ବୃଷ
ଆଜି ଅଫିସରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ।କର୍ମକ୍ଷେତ୍ରରେ ଆପଣଙ୍କୁ ଅର୍ଥଲାଭ ସହ ମାନ ସମ୍ମାନର ଅଧିକାରୀ ହେବେ । ପାରିବାରିକ ଜୀବନ ସୁଖପ୍ରଦ ହେବ। ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ।

ପ୍ରତିକାର-ଶୁକ୍ରଙ୍କର ନିମ୍ନ ସ୍ତୋତ୍ର ପାଠ କରନ୍ତୁ ।

ହିମକୁନ୍ଦ ମୃଣାଳାଭ° ଦୈତାନା° ପରମ° ଗୁରୁ
ସର୍ବ ଶାସ୍ତ୍ର ପ୍ରବକ୍ତାର° ଭାର୍ଗବ ପ୍ରଣମାମ୍ଯହ

ମିଥୁନ
ଆଜି ନିଜର ବୁଦ୍ଧି ବଳରେ ଶତୃମାନଙ୍କୁ ପରାଜିତ କରିବା ପାଇଁ ସମର୍ଥ ହେବେ ।କର୍ମ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାକୁ ସମାଧାନ କରିବେ।ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ । ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।

ପ୍ରତିକାର-ବୁଧଙ୍କର ନିମ୍ନ ସ୍ତୋତ୍ର ପାଠ କରନ୍ତୁ ।

ପ୍ରିୟଙ୍ଗୁ କଳିକାଶ୍ଯାମ° ରୁପେଣା ପ୍ରତିମ° ବୁଧ°
ସୈାମ୍ଯ ସର୍ବ ଗୁଣୋପେତ° ତ° ବୁଧ ପ୍ରଣମାମ୍ଯହ

କର୍କଟ
ଆଜି ମାନସିକ ଅସ୍ତିରତା ଓ ବ୍ୟସ୍ତତା ମଧ୍ୟରେ ସମୟ ଅତିବାହିତ ହୋଇପାରେ । ସଭାସମିତିରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦିତ ହୋଇପାରନ୍ତି। ମାଲିମକଦ୍ଦମା ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।

ପ୍ରତିକାର-ଚନ୍ଦ୍ରଙ୍କର ନିମ୍ନ ସ୍ତୋତ୍ର ପାଠ କରନ୍ତୁ ।

ଦଧିଶଙ୍ଖ ତୁଷାରାଭ° କ୍ଷୀରୋର୍ଣ୍ଣବ ସମୁଦଭବ°
ନମାମି ଶଶିନ° ସୈାମ୍ଯ ଶମ୍ଭୋ ମୁକୁଟ ଭୂଷଣ°

ସିଂହ
ବିଭିନ୍ନ ପ୍ରକାରର ଯୋଜନା କରିବା ସକାଶେ ଚିନ୍ତାକଲେ ମଧ୍ୟ ପ୍ରତିକୂଳ ପାରିପାର୍ଶ୍ୱିକ ସ୍ଥିତି ତାହା କରାଇଦେଇ ନ ପାରେ। ପୂର୍ବରୁ ରହିଥିବା ଋଣ ଭାରରେ ଅତିଷ୍ଠ ହେବେ ମାତ୍ର ପରିଶୋଧ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ। ଅପରାହ୍ନରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ।

ପ୍ରତିକାର- ରବିଙ୍କର ନିମ୍ନ ସ୍ତୋତ୍ର ପାଠ କରନ୍ତୁ ।

ଓଁ ଜବା କୁସୁମ ସଙ୍କାଶ° କାଶ୍ଯପେୟ଼଼° ମହାଦ୍ଯୁତି°
ଧ୍ବନ୍ତାରୀ ସର୍ବ ପାପାଘ୍ନ° ପ୍ରଣୋତୋ{ସ୍ମି ଦିବାକର।

କନ୍ୟା
ଆଜି ଦିନଟିରେ ଯାହା କିଛି ପାଇବାର ଆଶା କରିବେ ତାହା ପୂରଣ ହୋଇପାରିବ। ଗୁପ୍ତ ଶତୃମାନେ ଅସୁବିଧାରେ ପକାଇପାରନ୍ତି ସତର୍କତା ଅବଲମ୍ବନ କରନ୍ତୁ ‌ । ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ।ଆଜି ଭ୍ରାତୃବିବାଦ କିମ୍ବା ଜମିଜମା ବିବାଦ ଦେଖାଦେଇପାରେ।

ପ୍ରତିକାର- ବୁଧଙ୍କର ନିମ୍ନ ସ୍ତୋତ୍ର ପାଠ କରନ୍ତୁ

ପ୍ରିୟଙ୍ଗୁ କଳିକାଶ୍ଯାମ° ରୁପେଣା ପ୍ରତିମ° ବୁଧ°
ସୈାମ୍ଯ ସର୍ବ ଗୁଣୋପେତ° ତ° ବୁଧ ପ୍ରଣମାମ୍ଯହ

ତୁଳା
ଆଜି ପୂର୍ବର ବକେୟା ଅର୍ଥ ବନ୍ଧୁଙ୍କ ନିକଟରୁ ମିଳିବାର ସମ୍ଭାବନା ରହିଛି। ବିଭିନ୍ନ ପ୍ରକାରର ଚିନ୍ତା ଓ କଳ୍ପନା କରି କେବଳ ଭାବି ଭାବି ସମୟ କଟାଇବେ। ମହିଳାମାନେ ଜଗିରଖି ଭାବି ଚିନ୍ତି କାର୍ଯ୍ୟ କରନ୍ତୁ ନିଆଁ ବା ଜଳ ଜନିତ ଭୟ ଦେଖାଦେଇ ପାରେ। ମନ ଭାରାକ୍ରାନ୍ତ ରହିବ।

ପ୍ରତିକାର-ଶୁକ୍ରଙ୍କର ନିମ୍ନ ସ୍ତୋତ୍ର ପାଠ କରନ୍ତୁ ।

ହିମକୁନ୍ଦ ମୃଣାଳାଭ° ଦୈତାନା° ପରମ° ଗୁରୁ
ସର୍ବ ଶାସ୍ତ୍ର ପ୍ରବକ୍ତାର° ଭାର୍ଗବ ପ୍ରଣମାମ୍ଯହ

ବିଛା
ଆଜି ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ଉନ୍ନତି ଦେଖାଦେବ। ନିଜ ପରିବାରରେ ଭାଇ ଓ ଭଉଣୀ ମାନଙ୍କ ପାଖରେ ଦୋଷୀ ସାବ୍ୟସ୍ତ ହେବେ ସତର୍କ ରୁହନ୍ତୁ ସାମାନ୍ୟ କଥାକୁ ନେଇ ମନାନ୍ତର ମତାନ୍ତର ଦେଖାଦେଇପାରେ। ଆୟ ବ୍ୟୟ ପ୍ରାୟ ସମାନ ହେବ।

ପ୍ରତିକାର-ମଙ୍ଗଳଙ୍କର ନିମ୍ନ ସ୍ତୋତ୍ର ପାଠ କରନ୍ତୁ ।

ଧରଣୀ ଗର୍ଭ ସମ୍ଭୁତ° ବିଦ୍ୟୁତକାନ୍ତି ସମପ୍ରଭ°
କୁମାର ଶକ୍ତି ହସ୍ତଞ୍ଚ ଲୋହିତାଙ୍ଗ ନମାମ୍ଯହ°

ଧନୁ
କୌଣସି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ।ଅଫିସରେ ସହକର୍ମୀ ମାନଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ।ପିଲାମାନଙ୍କ ଶିକ୍ଷା ଓ ଅନ୍ୟାନ୍ୟ କୃତିତ୍ୱର ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ବା ଦୁର୍ଘଟଣା ଦୈଖାଦେଇପାରେ।

ପ୍ରତିକାର-ବୃହସ୍ପତିଙ୍କର ନିମ୍ନ ସ୍ତୋତ୍ର ପାଠ କରନ୍ତୁ ।

ଦେବାନାମ ଋଷିଣାଞ୍ଚ ଗୁରୁ କାଞ୍ଚନ ସନିଭ°
ବୁଦ୍ଧିଭୂତ ତ୍ରୀଲୋକେଶ° ତ° ନମାମି ବୃହସ୍ପତି

ମକର
ଆଜି ଅସାବଧାନତା ହେତୁ ଦ୍ରବ୍ୟ ଓ ଧନ ହାନି ଘଟିପାରେ।ପ୍ରିୟ ବନ୍ଧୁଟିର ସାନ୍ନିଧ୍ୟ ଲାଭ କରି ଏକପ୍ରକାର ଅହେତୁକ ଆନନ୍ଦ ଅନୁଭବ କରିବେ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନଙ୍କ ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ।ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।

ପ୍ରତିକାର-ଶନିଙ୍କର ନିମ୍ନ ସ୍ତୋତ୍ର ପାଠ କରନ୍ତୁ ।

ନୀଳାଞ୍ଜନ ସମାଭାସ° ରବିପୁତ୍ର ଯମାଗ୍ରଜ°
ଛାୟାମାର୍ତ୍ତଣ୍ଡ ସମ୍ଭୁତ° ତ° ନମାମି ଶନୈଶ୍ଚର°

କୁମ୍ଭ
ଆଜି ଧନହାନି, ପ୍ରାଣ ପୀଡାର ଆଶଙ୍କା ରହିଛି। ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ମନାନ୍ତର ଦେଖା ଦେଇପାରେ। ସାହିତ୍ୟ, ସାମ୍ବାଦିକତା,ଚଳଚ୍ଚିତ୍ର ଓ ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।ନିଜଲୋକ ମାନଙ୍କ ପରୋକ୍ଷ ବିରୁଦ୍ଧାଚରଣ ମନକୁ ଭାରାକ୍ରାନ୍ତ କରିବ।

ପ୍ରତିକାର-ରାହୁଙ୍କର ନିମ୍ନ ସ୍ତୋତ୍ର ପାଠ କରନ୍ତୁ ।

ଅର୍ଦ୍ଧ କାୟ°ମହା ଘୈ।ର° ଚନ୍ଦ୍ରାଦିତ୍ଯ ବିମର୍ଦ୍ଧକ°
ସିଂହିକାୟ° ସୁତ°ରୈ।ଦ୍ର° ତ° ରାହୁ ପ୍ରଣମାମ୍ଯହ

ମୀନ
ଆଜି ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତି ବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ। ଅନ୍ୟମନସ୍କ ହେତୁ କୌଣସି ଭୁଲ୍‌ କାମ କରିବେ।

ପ୍ରତିକାର- ବୃହସ୍ପତିଙ୍କର ନିମ୍ନ ସ୍ତୋତ୍ର ପାଠ କରନ୍ତୁ ।

ଦେବାନାମ ଋଷିଣାଞ୍ଚ ଗୁରୁ କାଞ୍ଚନ ସନିଭ°
ବୁଦ୍ଧିଭୂତ ତ୍ରୀଲୋକେଶ° ତ° ନମାମି ବୃହସ୍ପତି

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

 

Leave A Reply

Your email address will not be published.