ଟି୨୦ ବିଶ୍ୱକପ: ଅକ୍ଟୋବର ୨୪ରେ ସାମ୍ନା ସାମ୍ନି ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଆଗାମୀ ଆଇସିସି ଟି୨୦ ବିଶ୍ୱକପରେ ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଅକ୍ଟୋବର ୨୪ରେ ଏହି ହାଇ ଭୋଲଟେଜ ମ୍ୟାଚ ଖେଳାଯିବ । କରୋନା ମହାମାରୀ ଯୋଗୁ ଭାରତରେ ହେବାକୁ ଥିବା ଟି୨୦ ବିଶ୍ୱକପ ଏବେ ୟୁଏଇରେ ଅକ୍ଟୋବର ୧୭ରୁ ଆୟୋଜିତ ହେବ । ଦୁବାଇ, ଆବୁଧାବି, ଶାରଜା ଓ ଓମାନରେ ମ୍ୟାଚଗୁଡିକ ଖେଳାଯିବ ।

୫ ବର୍ଷ ପରେ ଉଭୟ ଦେଶ ମଧ୍ୟରେ ଦୁବାଇରେ ମ୍ୟାଚ ଖେଳାଯିବ । ଟି୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତ ୫ଟି ଯାକ ମ୍ୟାଚ ଖେଳି ବିଜୟୀ ହୋଇଛି ।