ପୁରୀ:ପୁରୀ ସ୍ବର୍ଗଦ୍ବାରକୁ ପୋଡ଼ା ହେବାକୁ ଆସିଥିବା ମହିଳା ହଠାତ୍ ଚେଇଁ ଉଠିଲେ । ଶବ ହୋଇ ଆସିଥିବା ବୃଦ୍ଧା ହଠାତ ବଞ୍ଚିକି ଉଠିଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚଯ୍ୟ ଚକିତ ହୋଇପଡ଼ିଥିଲେ। ଏହାପରେ ତୁରନ୍ତ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବୃଦ୍ଧାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ବୃଦ୍ଧାଙ୍କ ପରିଚୟ ଗଞ୍ଜାମ ଚିକିଟି ପୋଲସରାର ପି ଲକ୍ଷ୍ମୀ ୮୬ ବୋଲି ଜଣାଯାଇଛି । ପି ଲକ୍ଷ୍ମୀ ମରିଯାଇଥିବା ଜାଣି ତାଙ୍କ ପରିବାର ଲୋକମାନେ ଶବ ଦାହ ପାଇଁ ଆମ୍ବୁଲାନ୍ସ ଯୋଗେ ଗଞ୍ଜାମରୁ ପୁରୀ ସ୍ୱର୍ଗଦ୍ୱାରକୁ ଆଣିଥିଲେ । ସ୍ୱର୍ଗଦ୍ୱାର ମ୍ୟାନେଜର ବୃଦ୍ଧା ବଂଚିଥିବା ଜାଣିବାକୁ ପାଇଥିଲେ । ବୃଦ୍ଧାଙ୍କ ନିଶ୍ୱାସ ପ୍ରଶ୍ୱାସ ଚାଲୁଥିଲା । ମ୍ୟାନେଜର ବୃଦ୍ଧାଙ୍କୁ ତାଙ୍କ ପରିବାର ସହଯୋଗରେ ପୁରୀ ମେଡିକାଲ ଆଣିଥିଲେ । ଡାକ୍ତର ତାଙ୍କୁ ଚିକିତ୍ସା ପାଇଁ ବେଡ଼ ଆଡମିଶନ କରାଇଥିଲେ ।
ଖବରମୁତାବକ, ପରିବାର ଲୋକେ ମୁରବିଙ୍କ କଥା ଅନୁସାରେ ମୃତ ଭାବି ପୋଡ଼ିବାକୁ ଆଣିଥିଲେ। ଡାକ୍ତର ଦେଖାଇ ନ ଥିଲେ କି ଡେଥ୍ ସାର୍ଟିଫିକେଟ୍ ଆଣି ନ ଥିଲେ ।
Comments are closed.