Latest Odisha News

BREAKING NEWS

ଆଜିଠୁ ପ୍ରତି ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା

ପୁରୀ: ଏଣିକି ସବୁ ଦିନ ଜଗା ଦର୍ଶନ । ଆଜିଠାରୁ ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ବଡ଼ଦେଉଳ ଦୁଆର । ଆଜିଠୁ ପ୍ରତି ରବିବାର ଶ୍ରଦ୍ଧାଳୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । ପୂର୍ବରୁ କରୋନା କଟକଣା ଯୋଗୁ ସପ୍ତାହରେ ୬ ଦିନ ଦର୍ଶନ ଅନୁମତି ଥିଲା । ସଂକ୍ରମଣ କମିବା ପରେ ସ୍ଥିତି ଦେଖି ରବିାବାର ବି ଦର୍ଶନ ପାଇଁ ଅନୁମତି ଦେଇଛି ଶ୍ରୀମନ୍ଦିର ପ୍ରଶାସନ ।

ପୂର୍ବରୁ ରବିବାର ଦିନ ଶ୍ରୀମନ୍ଦିରକୁ ସାନିଟାଇଜ୍ କରାଯାଉଥିଲା । ଏଥିପାଇଁ ବନ୍ଦ ରହୁଥିଲା ସର୍ବସାଧାରଣ ଦର୍ଶନ । ଏଣିକି କୋଭିଡ୍ ଗାଇଡଲାଇନ୍ ଅନୁସାରେ ସାତ ଦିନ ଦର୍ଶନ କରିପାରିବେ ଭକ୍ତ । କଟକଣାକୁ କୋହଳ କରିଛି ଶ୍ରୀମନ୍ଦିର ପ୍ରଶାସନ । ଦୀର୍ଘ ଦୁଇ ବର୍ଷ ପରେ ହଟିଲା କଟକଣା ।

Leave A Reply

Your email address will not be published.