Latest Odisha News

BREAKING NEWS

ସ୍ତ୍ରୀ ମଟନ ରୋଷେଇ ନକରିବାରୁ ଥାନାକୁ ଜଣାଇଲେ ମହିଳାଙ୍କ ସ୍ୱାମୀ, ଆଉ ତା ପରେ . . .

ହାଇଦ୍ରାବାଦ: ଜଣେ ବ୍ୟକ୍ତି ନିଶାରେ ଥିଲେ, ଆଉ ଏହି ସମୟରେ ନିଜର ଖାଇବା ପାଇଁ ରଖିଥିବା ଅଭିଳାଶକୁ ବି ପୂରଣ କରିବାକୁ ଚାହୁଁଥିଲେ । କିନ୍ତୁ ଅପରପକ୍ଷେ ବ୍ୟକ୍ତି ଯେତେବେଳେ ସଂପୃକ୍ତ ବ୍ୟକ୍ତିଙ୍କ ଇଚ୍ଛାନୁସାରେ କାମ ନକରେ ତାହେଲେ ଜଣେ କଣ କରିବେ ? ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି ପୁଲିସକୁ ଫୋନ୍ କରିଛନ୍ତି । ତାଙ୍କ ସହିତ ଅନ୍ୟାୟ ହୋଇଛି ବୋଲି ଭାବି ପୋଲିସକୁ ଫୋନ୍ କରିଛନ୍ତି । କିନ୍ତୁ ପୁଲିସ ଅଭିଯୋଗ ନଶୁଣିବା ପରେ ବାରମ୍ବାର କଲ୍ କରିଛନ୍ତି । ଶେଷରେ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ନାଲଗୋଣ୍ଡାରେ । ଏହା ସମୂର୍ଣ୍ଣ ଭାବେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ତୁ ତୁ ମେଁ ମେଁ ।

ପୋଲିସକୁ ଫୋନ୍ କରିଥିବା ବ୍ୟକ୍ତିଙ୍କ ନାମ ଓରସୁ ନବୀନ । ସେ ରାତିରେ ମଦ ପିଇ ଆସିଥିଲେ ଏବଂ ନିଶାରେ ଥିଲେ । ଏହି ସମୟରେ ସେ ମଟନ ଖାଇବାକୁ ଚାହୁଁଥିଲେ । ତେଣୁ ଘରକୁ ମଟନ ନେଇ ଆସିଥିଲେ । ହେଲେ ନବୀନଙ୍କ ଆଚରଣ, ଉଚ୍ଚାରଣ ତାଙ୍କ ସ୍ତ୍ରୀଙ୍କୁ ସୁହାଇନଥିଲା । ଆଉ ସ୍ତ୍ରୀଙ୍କୁ ମଟନ ରୋଷେଇ କରିବାକୁ କହିଥିଲେ ମଧ୍ୟ ସେ କରିନଥିଲେ । ପରେ ନବୀନ ଭାବିଥିଲେ ତାଙ୍କ ସହ ଅନ୍ୟାୟ ହୋଇଛି । ଏହା ଚିନ୍ତା କରି ୧୦୦କୁ କଲ୍ କରିଥିଲେ । ପ୍ରଥମେ ପ୍ରଥମେ ପୁଲିସ କଂଣ୍ଟ୍ରୋଲ ରୁମ ଭାବିଥିଲେ ଏହା ପ୍ରାଙ୍କ୍ କଲ ବା ଥଟ୍ଟ ମଜା କରିବାକୁ କିଏ ଜଣେ କଲ୍ କରୁଛି । ତେଣୁ ଗୁରୁତର ସହ ନେଇନଥିଲେ । କିନ୍ତୁ ନବୀନ ନିଶାରେ ଭୁଲିଯାଇଥିଲା କଣ କରୁଛନ୍ତି । ଲଗାତର ୬ଥର ୧୦୦କୁ ଫୋନ୍ କରିଥିଲେ । ଆଉ ତାଙ୍କ ସ୍ତ୍ରୀ ମଟନ ରୋଷେଇ କରୁନି । ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହିଥିଲେ ।

ଯେତେବେଳେ ଜଣେ ବ୍ୟକ୍ତି ୬ ଥର କଣ୍ଟ୍ରୋଲ ରୁମକୁ ଡାକିଲେ, ସେତେବେଳେ ପୁଲିସ ବାବୁ ମାନେ ଭାବିଲେ ଯେ ଏହି ବ୍ୟକ୍ତିଙ୍କୁ ଏକ ଶିକ୍ଷା ଦିଆଯିବା ଆବଶ୍ୟକ । ଏହାପରେ ଶୁକ୍ରବାର ରାତିରେ ସେମାନେ ତାଙ୍କ ଉଚ୍ଚ ପଦାଧିକାରୀମାନଙ୍କୁ ଏ କଲ ବାବଦରେ ସଚେତନ କରାଇଥିଲେ।

ନବୀନ ସେ ଯାହା କରିଛନ୍ତି ତାହା ହୃଦୟଙ୍ଗମ କରିଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ଶନିବାର ସକାଳେ କାଙ୍ଗାଲ ମଣ୍ଡଳର ଚେର୍ଲା ଗୋୱାରାମ ଗାଁରେ ପୋଲିସ ଫୋର୍ସ ତାଙ୍କ ଘରକୁ ଯାଇ ନବୀନଙ୍କୁ ଗିରଫ କରିଥିଲା। ଏବେ ନବୀନଙ୍କ ବିରୋଧରେ ଆଇପିସିର ଧାରା ୨୯୦ ଏବଂ ୫୧୦ ଭଳି ଦଫା ଲାଗିଛି ।

ପୋଲିସ୍ କହିଛି ଯେ ନବୀନ ମଦ ପିଇ ଶୁକ୍ରବାର ରାତିରେ ମଟନ୍ ସହିତ ଘରକୁ ଫେରିଥିଲେ । ଆଉ ତାଙ୍କ ପତ୍ନୀଙ୍କୁ ଏହାକୁ ରାନ୍ଧିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ନବୀନ ପୋଲିସକୁ ଫୋନ୍ କରିଥିଲେ । ଏହାପରେ ରାତିରେ ପାଟ୍ରୋଲିଂ ପୋଲିସ୍ ନବୀନଙ୍କ ଘରକୁ ଯାଇ ତାଙ୍କୁ ସମ୍ପୂର୍ଣ୍ଣ ନିଶାସକ୍ତ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଏହାପରେ ତାଙ୍କୁ ଦେଖି ପଳାଇ ଆସିଥିଲା ପୁଲି୍ସ। କିନ୍ତୁ ଶନିବାର ସକାଳେ ତାଙ୍କୁ ଗିରଫ କରିବା ପାଇଁ ପୁଲିସ ନବୀନଙ୍କ ଘରେ ପହଞ୍ଚିଥିଲା।

ଥାନା ଅଧିକାରୀ ଏ ନେଇ କହିଛନ୍ତି ଡାଏଲ ୧୦୦ର ସେବାକୁ ଅପବ୍ୟବହାର କରନ୍ତୁ ନାହିଁ । ଯାହା ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ। ପୋଲିସର ସମୟ ନଷ୍ଟ କରିଥିବାରୁ ନବୀନଙ୍କ ବିରୋଧରେ ଏବେ ମାମଲା ଦାୟର କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.