Latest Odisha News

BREAKING NEWS

ଐତିହ୍ୟ ସଂରକ୍ଷଣ ସଚେତନତା ଲାଗି ପୁରୀରେ ଅନୁଷ୍ଠିତ ହେବ ‘ମିନି ମାରାଥନ୍’

ପୁରୀ: ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଲାଗି ଜାତୀୟ ପୁରସ୍କାର ହାସଲ କରିବାର ଗୋଟିଏ ଦିନ ପରେ ପୁରୀ ଜିଲ୍ଲା ପ୍ରଶାସନ ପ୍ରାଚୀନ କଳାକୃତି ତଥା ଐତିହ୍ୟ ସଂରକ୍ଷଣ ସଚେତନାକୁ ଦୃଷ୍ଟିରେ ରଖି ପୁରୀରେ ଏକ ମିନି ମାରାଥନ ଆୟୋଜନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି ।

ଆସନ୍ତା ଜାନୁଆରୀ ୨୩ ତାରିଖ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଏହି ଗଣଦୌଡ଼ ପୁରୀରେ ଆୟୋଜନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିବାର ସୂତ୍ରରୁ ଜଣାପଡ଼ିଛି ।

ଏହି ‘ପୁରୀ ମିନି ମାରାଥନ’ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସଡ଼ାମା), ବେ ଅଫ ବେଙ୍ଗଲ୍ ଇନିସିଏଟିଭ୍ ଫର୍ ମଲଟି-ସେକ୍ଟରାଲ ଟେକ୍ନିକାଲ ଏଣ୍ଡ ଇକୋନୋମିକ କର୍ପୋରେସନ (ବିଆଇଏମଏସଟିଇସିି) ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (ଏନଡ଼ିଆରଏଫ)ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହେଉଥିବାର ସୂଚନା ମିଳିଛି ।

ମିଳିଥିବା ସୂଚନାନୁଯାୟୀ, ଏହି ଦୌଡ଼ ପ୍ରତିବର୍ଷ ନୂଆ ଆଭିମୁଖ୍ୟ ତଥା ଭିନ୍ନ ଭିନ୍ନ ବିଷୟରେ ସଚେତନତା ଲାଗି ୨୩ ତାରିଖରେ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ଐତିହ୍ୟ ସଂରକ୍ଷଣ ସଚେତନତାକୁ ଦୃଷ୍ଟିରେ ରଖି ଗଣଦୌଡ଼ ଅନୁଷ୍ଠିତ ହେଉଛି ।

ସକାଳ ୬ଟା ସମୟରେ ଏହି ମିନି ମାରାଥନ ଲାଗି ରିପୋର୍ଟିଂ ହେବ । ତେବେ ଏହି ଗଣଦୌଡ଼ ସକାଳ ୭ଟା ସମୟରେ ତାଳବଣିଆଠାରେ ଥିବା ଜିଲ୍ଲା ସ୍ଫୋର୍ଟସ କମ୍ଲେକ୍ସରେ ଆରମ୍ଭ ହେବ । ସମୂଦ୍ର ବେଳାଭୂମି କଡ଼ରେ ଥିବା ଏସିିଆନା ଲାଗୁନ ଦେଇ ୮ କିଲୋମିଟର ବ୍ୟାପୀ ଏହି ଦୌଡ଼ ଅନୁଷ୍ଠିତ ହେବ ।

ଏହି ଗଣଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରିଥିବା ମାରାଥନ ରନରଙ୍କୁ ୩୦,୦୦୦ ଟଙ୍କା ପୁରସ୍କାର ରାଶି ତଥା ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବ୍ୟକ୍ତିଙ୍କୁ ୨୦,୦୦୦ ଟଙ୍କା ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ରନର୍ ପାଇବେ ୧୦, ୦୦୦ ଟଙ୍କା ପୁରସ୍କାର । ଏହାବ୍ୟତୀତ ୭ଜଣ ରନରଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ୫,୦୦୦ ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ ବୋଲି ସୂଚନା ହସ୍ତଗତ ହୋଇଛି ।

Leave A Reply

Your email address will not be published.