Latest Odisha News

BREAKING NEWS

ସୋଆରେ କୃଷି ଗବେଷଣା ଓ ପରାମର୍ଶ ସେବା ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ୍ ସାଇନ୍ସସେସ୍ ପକ୍ଷରୁ ‘କୃଷି ଗବେଷଣା ଏବଂ ପରାମର୍ଶ ସେବା’ ଶୀର୍ଷକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଆପିକଲ୍ (ଏଗ୍ରିକଲ୍ଚରାଲ୍ ପ୍ରମୋସନ୍ ଆଣ୍ଡ ଇନ୍ଭେଷ୍ଟମେଂଟ କର୍ପୋରେସନ୍ ଅଫ୍ ଓଡ଼ିଶା ଲିମିଟେଡ୍) ଏବଂ ଓଡ଼ିଶା କୃଷି ଶିଳ୍ପ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଅମିୟ କୁମାର ବେହେରା ଯୋଗ ଦେଇ କୃଷି ଗବେଷଣା ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଦିଗଦର୍ଶନ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ କୃଷି ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ବିଦ୍ୟାଧର ମହାରଣା ପରାମର୍ଶ ସେବା (କନସଲଟାନ୍ସି ସର୍ଭିସେସ୍) ଉପରେ ଆଲୋକପାତ କରିଥିଲେ ।

BjdElectrycity

ପ୍ରାରମ୍ଭରେ ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇଏଏସ୍ର ଗବେଷଣା ବିଭାଗ ନିର୍ଦ୍ଦେଶକ ପ୍ରଫେସର ଶିଶିର କାନ୍ତ ବେହେରା ଆଲୋଚନାର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

ଶେଷରେ ଡିନ୍ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିବା ସହିତ ଉପସ୍ଥିତ ଅଧ୍ୟାପକ ଏବଂ ଅଧ୍ୟାପିକାମାନଙ୍କୁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ବିଷୟରେ ସୂଚନା ପ୍ରଦାନ କରିଥିଲେ ।

ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଏବଂ ଅଧ୍ୟାପିକା ଆଲୋଚନାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.