Latest Odisha News

BREAKING NEWS

ପୁରୀ-ଭଲସାଡ ବିଶେଷ ଟ୍ରେନ ପରିବର୍ତ୍ତିତ ସମୟରେ ଚଳାଚଳ କରିବ

ଭୁବନେଶ୍ୱର: ପୁରୀ-ଭଲସାଡ ବିଶେଷ ଟ୍ରେନ ପରିବର୍ତ୍ତିତ ସମୟରେ ଚଳାଚଳ କରିବ ବୋଲି ରେଳବାଇ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଟ୍ରେନ ରବିବାର ଦିନ ସକାଳ ୦୬ଘ.୩୦ମି. ପରିବର୍ତ୍ତେ ବର୍ତ୍ତମାନ ରବିବାର ୦୦ଘ.୩୦ମି. (ଶନିବାର ମଧ୍ୟରାତ୍ରି) ପୁରୀ ଛାଡିବ।

୦୯୨୦୯/୦୯୨୧୦ ଭଲସାଡ-ପୁରୀ-ଭଲସାଡ ବିଶେଷ ଏକ୍ସପ୍ରେସ ଟ୍ରେନ ସମୟ ସାରଣୀକୁ ଜାନୁୟାରୀ ମାସ ୨୮ ତାରିଖ ଠାରୁ ଭଲସାଡରୁ ଏବଂ ୩୧ ଜାନୁୟାରୀ ୨୦୨୧ରୁ ପୁରୀରୁ ନିମ୍ନଲିଖିତ ଅନୁଯାୟୀ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।

୦୯୨୦୯ ଭଲସାଡ-ପୁରୀ ଏକ୍ସପ୍ରେସ ସ୍ପେଶାଲ ୨୮ ଜାନୁଆରୀ, ୨୦୨୧ ଠାରୁ ପ୍ରତ୍ୟେକ ଗୁରୁବାର ଦିନ ରାତ୍ର ୮ଘ.୧୫ମି. ବଦଳରେ ରାତ୍ର ୮ଘ.୧୦ମି.ରେ ଭଲସାଡ ଛାଡିବ ଏବଂ ଶନିବାର ଦିନ ପୂର୍ବାହ୍ନ ୦୯ଘ.୪୫ମି. ପରିବର୍ତ୍ତେ ୦୯୩୦ ଘଣ୍ଟାରେ ପୁରୀରେ ପହଞ୍ଚିବ।

ଫେରିବା ମାର୍ଗରେ ୦୯୨୧୦ ପୁରୀ-ଭଲସାଡ ଏକ୍ସପ୍ରେସ ସ୍ପେସିଆଲ ରବିବାର ଦିନ ସକାଳ ୦୬ଘ.୩୦ମି. ପରିବର୍ତ୍ତେ ଏଣିକି ରବିବାର ୦ଘ.୩୦ମି. (ଶନିବାର ମଧ୍ୟରାତ୍ରି) ରେ ପୁରୀ ଛାଡିବ ଏବଂ ପ୍ରତ୍ୟେକ ସୋମବାର ସନ୍ଧ୍ୟା ୭ଘ.୫୦ମି. ପରିବର୍ତ୍ତେ ମଧ୍ୟାହ୍ନ ୧୨ଘଟିକାରେ ଭଲସାଡରେ ପହଞ୍ଚିବ।

ବିଭିନ୍ନ ଷ୍ଟେସନରେ ୦୯୨୦୯/୦୯୨୧୦ ଭଲସାଡ-ପୁରୀ-ଭଲସାଡ ଏକ୍ସପ୍ରେସର ସମୟ ସାରଣୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଯାତ୍ରୀମାନଙ୍କୁ ଉପରୋକ୍ତ ଟ୍ରେନର ଆଗମନ ଏବଂ ପ୍ରସ୍ଥାନ ବିଷୟରେ ଯାତ୍ରା ପୂର୍ବରୁ ଅନୁସନ୍ଧାନ ଦ୍ୱାରା ସୂଚନା ନେବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.