Latest Odisha News

BREAKING NEWS

ଆଇପିଏଲ ମୁଖ୍ୟ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ବାନ କରିବ ବିସିସିଆଇ

ମୁମ୍ବାଇ : ଆଇପିଏଲର ମୁଖ୍ୟ ପ୍ରାୟୋଜକ ପାଇଁ ଖୁବଶୀଘ୍ର ଟେଣ୍ଡର ଆହ୍ବାନ କରିବ ବିସିସିଆଇ । ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲରେ ଏବେ କେହି ଟାଇଟଲ ସ୍ପନସର ବା ମୁଖ୍ୟ ପ୍ରାୟୋଜକ ନାହାନ୍ତି । ତେଣୁ ମୁଖ୍ୟ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ବାନ କରିବ ବିସିସିଆଇ ।

ଗତବର୍ଷ ଚୀନ ସହ ଭାରତର ବିବାଦ ପରେ ଆଇପିଏଲ ପ୍ରାୟୋଜକ ଥିବା ଚୀନ କମ୍ପାନି ଭିଭୋକୁ ବିଦା କରାଯାଇଥିଲା । ଗତବର୍ଷର ଆଇପିଏଲ ପାଇଁ ଅସ୍ଥାୟୀ ଭାବେ ଡ୍ରିମ-୧୧କୁ ପ୍ରାୟୋଜକ କରାଯାଇଥିଲା । କିନ୍ତୁ ସ୍ଥାୟୀ ମୁଖ୍ୟ ପ୍ରାୟୋଜକ ନଥିବାରୁ ବଡ଼ ଧରଣର କ୍ଷତି ସହୁଛି ବିସିସିଆଇ ।

ଗତ ୨୦୧୮ରୁ ପ୍ରଥମ ଥର ପାଇଁ ଆଇପିଏଲର ପ୍ରାୟୋଜକ ହୋଇଥିଲା ଭିଭୋ। ଏଥିପାଇଁ ଭିଭୋ ବିସିସିଆଇ ସହ ୫ ବର୍ଷ ପାଇଁ ଚୁକ୍ତି କରିଥିଲା । ଭିଭୋ ବିସିସିଆଇକୁ ବର୍ଷକୁ ୪୪୦ କୋଟି ଟଙ୍କା ପ୍ରଦାନ କରୁଥିଲା । ଏବେ ଭିଭୋ ନଥିବାରୁ ବିସିସିଆଇ ବର୍ଷକୁ ୪୪୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି । ତେଣୁ ମୁଖ୍ୟ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ବାନ କରିବ ବିସିସିଆଇ ।

Leave A Reply

Your email address will not be published.