Latest Odisha News

BREAKING NEWS

ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

ପୁରୀ : ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଯୁବ କଂଗ୍ରେସର ବିକ୍ଷୋଭ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ସ୍ୱର୍ଣ୍ଣ ଅଳଙ୍କାର ସୁରକ୍ଷିତ କି ନୁହେଁ। କଣ ପାଇଁ ଏଯାଏଁ ଏହା ଖୋଲାଯାଉନି। ଏହି ସବୁ ପ୍ରଶ୍ନନେଇ ଆଜି ଯୁବ କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦିଆଯାଇଛି।

BjdElectrycity

ସାଢେ ଚାରି କୋଟି ଓଡିଆଙ୍କ ଆସ୍ତା ଓ ବିଶ୍ୱାସର ପ୍ରତୀକ ଶ୍ରୀମନ୍ଦିର। ଦୀର୍ଘ ୩୦ ବର୍ଷ ହେବ ଏହା ଖୋଲାଯାଉନି। ଭିତର ରତ୍ନ ଭଣ୍ଡାରରେ ଦୁଇଟି ବିମ୍ ଫାଟି ଖରାପ ଅଛି । ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଗଠିତ ଜଷ୍ଟିସ ରଘୁବୀର ଦାସ କମିଶନ ରିପୋର୍ଟ ଏଯାବତ ସାର୍ବଜନୀନ କରାଯାଇନାହିଁ।

ଶ୍ରୀମନ୍ଦିର ସତ୍ଵଲିପି ଅନୁଯାୟୀ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାର ଯାଞ୍ଚ ଓ ସ୍ୱର୍ଣ୍ଣ ଅଳଙ୍କାର ଗଣତି ହେବା କଥା । ଆସନ୍ତା ୨୧ଦିନ ମଧ୍ୟରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ନେଇ ରାଜ୍ୟ ସରକାର କୌଣସି ପ୍ରତିକ୍ରିୟା ନରଖିଲେ ପୁରୀ ବନ୍ଦ ଡାକରା ଦିଆଯିବା ନବୀନ ନିବାସ ଘେରାଉ କରାଯିବ ବୋଲି ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.