ଭୁବନେଶ୍ୱର: ମାନସିକ ବିକାରଗସ୍ତ ଯୁବକଙ୍କୁ ଘରକୁ ଫେରାଇବାକୁ ଆକୁଳ ନିବେଦନ କରିଛନ୍ତି ଜଣେ ସହୃଦୟ ବ୍ୟକ୍ତି। ଗୁଜୁରାଟର ଅଲୀମ ଖାନ୍ ଏକ ଭିଡ଼ିଓ ମାଧ୍ୟମରେ ସେୟାର କରି କହିଛନ୍ତି, ଗତ ଦୁଇ, ତିନି ଦିନ ହେବ ତାଙ୍କ ପାଖକୁ ପୂରଣ ୟାଦବ ନାମକ ଜଣେ ବ୍ୟକ୍ତି ଆସି ଘରକୁ ଫେରାଇଦେବା ପାଇଁ ନିବେଦନ କରୁଛନ୍ତି। ମାତ୍ର ସେ ବ୍ୟକ୍ତି ଜଣକ ମାନସିକ ସନ୍ତୁଳନ ଠିକ୍ ନାହିଁ। ଓଡ଼ିଶା କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର କର୍ଲାମୁଣ୍ଡା ପଞ୍ଚାୟତର ଶିବ ମନ୍ଦିର ନିକରେ ରହୁଛନ୍ତି। ତାଙ୍କ ପିତାଙ୍କ ନାମ ତୁଳସୀ ୟାଦବ, ଭାଇଙ୍କ ନାମ ପିତାମ୍ବର ୟାଦବ। ଆଉ କିଛି ଜାଣିନଥିବା ସେ କହୁଛନ୍ତି। ତେଣୁ ଏହି ଭିଡ଼ିଓକୁ ଅଧିକ ସେୟାର କରି ପୂରନ ୟାଦବଙ୍କୁ ତାଙ୍କ ଘରକୁ ଫେରାଇଦେବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। କୌଣସି ବ୍ୟକ୍ତି ତାଙ୍କୁ ଜାଣିଥିଲେ ୭୦୮୧୭୨୬୯୫୦ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।
BREAKING NEWS
- ଜାମ୍ମୁ-କାଶ୍ମୀରର କଠୁଆରେ ବଡ଼ ଅଘଟଣ :ଯବାନଙ୍କ ଗୁଳିଚାଳନାରେ ୪ ସହକର୍ମୀ ମୃତ
- ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟରେ ପୂର୍ବତନ ଆରଟିଓ ଦୋଷୀ ସାବ୍ୟସ୍ତ
- ଝାରସୁଗୁଡ଼ା ବେଦାନ୍ତ ଆଲୁମିନିୟମର ଶିଳ୍ପାଞ୍ଚଳ ଟାଉନସିପ୍କୁ ମିଳିଲା ‘ଏମ.କେ. ରାଉତ ପ୍ରଦୂଷଣ ନିୟନ୍ତ୍ରଣ ପ୍ରଶଂସା ପୁରସ୍କାର ୨୦୨୬’
- ବାୟୋ ଗ୍ୟାସ୍ ପ୍ରକଳ୍ପ: ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ଅନୁମୋଦନ, ସୃଷ୍ଟି ହେବ ୧୦୬୬୧ଟି ନିଯୁକ୍ତି ସୁଯୋଗ
- ଆସନ୍ତାକାଲି ଓଡ଼ିଶା ବନ୍ଦ; ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଗୃହ ବିଭାଗର ସତର୍କ ସୂଚନା
- ଟିପିଏସ୍ଓଡିଏଲ୍ ତରଫରୁ ଗଜପତି ଜିଲ୍ଲାରେ ସୋଲାର ରଥର ଶୁଭାରମ୍ଭ
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ

Comments are closed.