Latest Odisha News

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଥାନାରେ ରୁଜୁ ହେଲା ମାମଲା

କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ରୁଜୁ ହେଲା ମାମଲା । ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ ଅନୁଭବଙ୍କ ନାଁରେ ଏତଲା ରୁଜୁ କରିଛି ପୁରୀଘାଟ ଥାନା ପୋଲିସ । ଅନୁଭବଙ୍କ ସମେତ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ବି ମାମଲା ରୁଜୁ ହୋଇଛି ।
ଅନୁଭବଙ୍କ ଚୌଧୁରୀ ବଜାର ବାସଭବନରେ ତାଲା ପଡିଥିବାରୁ ବର୍ଷାଙ୍କୁ ଘର ବାହାରେ ରହିବାକୁ ପଡିଥିଲା । ହଇରାଣ କରିବା ସହିତ ମାନସିକ ନିର୍ଯାତନା ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ବର୍ଷା । ଅନୁଭବ ଓ ତାଙ୍କର ୨ସହଯୋଗୀଙ୍କ ନାଁରେ ଅଭିଯୋଗ ହୋଇଥିଲା ।

ସେମାନଙ୍କ ନାଁରେ ଆଇପିସିର ଧାରା ୪୯୮, ୩୪୧, ୫୦୬ ଦଫାରେ ଏତଲା ହୋଇଛି । ଆସନ୍ତାକାଲି କଟକ ଏସଡିଜେଏମ କୋର୍ଟଙ୍କୁ ଅବଗତ କରାଇବ ପୋଲିସ । ବର୍ଷା-ଅନୁଭବଙ୍କ ଘରୋଇ ବିବାଦ ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.