ମୁମ୍ବାଇ: ଅଲ୍ଲୁ ଅର୍ଜୁନଙ୍କ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍’ ଗତ ଡିସେମ୍ବର ୫ରେ ପରଦାକୁ ଆସିଛି। ସୁକୁମାର ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦାନା ଓ ଫହାଦ ଫାସିଲ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏବେ ସମସ୍ତଙ୍କ ନଜର ଏହି ଚର୍ଚ୍ଚିତ ଚଳଚ୍ଚିତ୍ରର ଆୟ ଉପରେ। ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଏହି ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ଜବରଦସ୍ତ ଆୟ କରିଥିବା ବେଳେ ଦ୍ଵିତୀୟ ଦିନରେ ଇତିହାସ ରଚିଛି ‘ପୁଷ୍ପା ୨’।
ଫିଲ୍ମଟି ଏହାର ଓପନିଂ ଡେ କଲେକ୍ସନରେ ‘କେଜିଏଫ ଚାପ୍ଟର-୨’ ଏବଂ ‘ବାହୁବଳୀ-୨’ ଭଳି ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇଥିଲା। ଏତିକି ନୁହେଁ, ଫିଲ୍ମ ଏକ ନୂଆ ରେକର୍ଡ ମଧ୍ୟ କରିଥିଲା। ଚଳଚ୍ଚିତ୍ରଟି ଦ୍ୱିତୀୟ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା । ରିପୋର୍ଟ ଅନୁସାରେ, ଦ୍ଵିତୀୟ ଦିନରେ ଫିଲ୍ମଟି ଭାରତରେ ୯୦.୧୦ କୋଟି ଟଙ୍କା ବ୍ୟବସାୟ କରିଥିବା ବେଳେ ଗତ ଦୁଇ ଦିନରେ ଚଳଚ୍ଚିତ୍ରଟି ୨୬୫କୋଟି ଟଙ୍କା ରୋଜଗାର କରିଛି । ଏହି ଦୁଇ ଦିନରେ ସାରା ବିଶ୍ୱରେ ୪୦୦ କୋଟି ଟଙ୍କା ଆୟ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ପୁଷ୍ପା ୨ । ଚଳଚ୍ଚିତ୍ରଟି ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିଥିବା ବେଳେ ଦ୍ୱିତୀୟ ଦିନରେ ମଧ୍ୟ ଏହା ପ୍ରତ୍ୟେକ ଭାଷାରେ ଭଲ ଆୟ କରିଛି।
ଦ୍ଵିତୀୟ ଦିନରେ ଫିଲ୍ମଟି ତେଲୁଗୁ ଭାଷାରେ ୫୩%, ହିନ୍ଦୀରେ ୫୧.୬୫%, ତାମିଲରେ ୩୮.୫୨%, କନ୍ନଡ଼ରେ ୩୫.୯୭% ଏବଂ ମାଲାୟାଲମ ଭାଷାରେ ୨୭.୩୦% ଟଙ୍କା ଆୟ କରିଛି ‘ପୁଷ୍ପା ୨’। ଯଦି ଚଳଚ୍ଚିତ୍ର ଏହି ଭଳି ଆୟ କରେ ତେବେ ଏହା ସପ୍ତାହ ଶେଷ ସୁଦ୍ଧା ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ନିର୍ମାତା । ‘ପୁଷ୍ପା ୨’ରେ ଅଲୁ ଅର୍ଜୁନଙ୍କ ପୁଷ୍ପା ରାଜ ବେଶ ସହ ତାଙ୍କର ଜବରଦସ୍ତ ଆକ୍ସନ୍ ପ୍ରଶଂସକଙ୍କ ହୃଦୟ ଜିତିଛି ।
କହିରଖୁଛୁ ଯେ, ଅଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫାହାଦ୍ ଫସିଲଙ୍କ ଫିଲ୍ମ ‘ପୁଷ୍ପା ୨’କୁ ଅନେକ ଦିନ ଧରି ଅପେକ୍ଷା କରିଥିଲେ ପ୍ରଶଂସକ। ଏହି ଚଳଚ୍ଚିତ୍ରଟି ୨୦୨୧ ରେ ମୁକ୍ତିଲାଭ କରିଥିବା ‘ପୁଷ୍ପା: ଦି ରାଇଜ୍’ର ସିକ୍ୱେଲ୍ ଅଟେ । ଏହାର କାହାଣୀ ପ୍ରଥମ ଭାଗ ଶେଷ ହୋଇଥିବା ସ୍ଥାନରୁ ହିଁ ଜାରି ରହିଛି । କେବଳ ଏତିକି ନୁହେଁ, ଏହି ଚଳଚ୍ଚିତ୍ରର ଶେଷରେ ଏହାର ତୃତୀୟ ଭାଗ ‘ପୁଷ୍ପା : ଦ ରେମ୍ପେଜ୍’ ମଧ୍ୟ ଘୋଷଣା କରାଯାଇଛି।
Comments are closed.