Latest Odisha News

BREAKING NEWS

୧୫ ମିଲିୟନ୍‌ ଛୁଇଁଲା ଅଲୁ ଅର୍ଜୁନଙ୍କ ଫଲୋଅର୍ସ ସଂଖ୍ୟା

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ସାଉଥ୍‌ ଷ୍ଟାର୍‌ ଅଲୁ ଅର୍ଜୁନଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଫିଲ୍ମ ପୁଷ୍ପାରେ ତାଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ ମଧ୍ୟ କରୁଛନ୍ତି। ଜାନୁୟାରୀ ୧୪ରେ, ଅଲୁ ଅର୍ଜୁନଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ତାଙ୍କ ଅନୁସରଣକାରୀଙ୍କ ସଂଖ୍ୟା ୧୫ ନିୟୁତ ଛୁଇଁଛି। ଯାହା ତାଙ୍କ ପାଇଁ ଏକ ବଡ଼ ସଫଳତା। ସେ ଏଥିପାଇଁ ତାଙ୍କ ଫଲୋଅର୍ସଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଥିଲେ।

ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ପୁଷ୍ପା: ଦି ରାଇଜ୍ ରେ ତାଙ୍କ ଅଭିନୟ ପାଇଁ ଅଲୁ ଅର୍ଜୁନ ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମ ପାଞ୍ଚଟି ଭାଷାରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି।

Comments are closed, but trackbacks and pingbacks are open.