Latest Odisha News

BREAKING NEWS

ଏକୁଟିଆ ଅର୍ଥଡକ୍ସ କ୍ରିସମାସ ପାଳନ କଲେ ପୁତିନ

ମସ୍କୋ:ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ଅର୍ଥଡକ୍ସ କ୍ରିସମାସ ଏକୁଟିଆ ପାଳନ କରିଛନ୍ତି । ଏହା ପୂର୍ବରୁ ପୁତିନ ସର୍ବଦା କ୍ରିସମାସ ପାଳନ କରିବା ପାଇଁ ରୁଷର ଅନ୍ୟ ରାଜ୍ୟଗୁଡିକୁ ଯାଉଥିଲେ । ମସ୍କୋରେ ଜାର ଶାସକଙ୍କ ପାଇଁ ନିର୍ମାଣ କରାଯାଇଥିବା ଚର୍ଚ୍ଚରେ ସେ ଏକୁଟିଆ ପ୍ରେୟାର କରିଥିଲେ । ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ସେ ଅନ୍ୟ ରାଜ୍ୟକୁ ଯିବା ଉଚିତ ମଣି ନ ଥିଲେ । ସୈନିକଙ୍କ ମନୋବଳ ବଢ଼ାଇବା ନେଇ ସେ ଏହି ଅବସରରେ ଚର୍ଚ୍ଚକୁ ଧନ୍ୟବାଦ ଦେଇଥିଲେ । ସମାଜକୁ ଏକତ୍ର ରଖିବା ଏବଂ ଐତିହାସିକ ଘଟଣାକୁ ବଂଚେଇ ରଖିବାରେ ଚର୍ଚ୍ଚଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ଏହି ନିଃସ୍ୱାର୍ଥପର ସେବା ପାଇଁ ଆମେ ଆପଣଙ୍କ ପାଖେ ଋଣୀ ବୋଲି ସେ କହିଛନ୍ତି । ରୁଷର ଷ୍ଟେଟ ମିଡିଆ ପୁତିନଙ୍କ କେତେକ ଭିଡିଓ ମଧ୍ୟ ଶେୟାର କରିଛନ୍ତି । ଅର୍ଥଡକ୍ସ କ୍ରିସମାସ ପୂର୍ବରୁ ପୁତିନ ୩୬ ଘଂଟା ପାଇଁ ସିଜଫାୟର ନିର୍ଦ୍ଦେଶ ଦେଇଥିଲେ । ତେବେ ୟୁକ୍ରେନ ଏହି ଘୋଷଣାକୁ ମିଥ୍ୟା ବୋଲି କହିଛନ୍ତି । ଏବେ ବି ୟୁକ୍ରେନ ଉପରେ ମିସାଇଲ ଆକ୍ରମଣ ହେଉଛି ବୋଲି ସେମାନେ କହିଛନ୍ତି । ରୁଷ କିନ୍ତୁ ଏହାକୁ ଖଣ୍ଡନ କରିଛି ।

Leave A Reply

Your email address will not be published.