Latest Odisha News

ବର୍ଷ ବଦଳିଲା କିନ୍ତୁ ବଦଳିଲେନି ସୂର୍ଯ୍ୟକୁମାର ଯାଦବ, ଓଲଟା ଛକା ମାରି ଚର୍ଚ୍ଚାରେ ‘ସ୍କାଏ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ଷ ବଦଳିଛି କିନ୍ତୁ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂରେ ପରିବର୍ତ୍ତନ ହୋଇନାହିଁ। ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ୨୦୨୨ରେ ଯେଉଁଭଳି ନିଜ ପ୍ରଦର୍ଶନ ପାଇଁ ଚର୍ଚ୍ଚାରେ ଥିଲେ ୨୦୨୩ ଆରମ୍ଭରେ ମଧ୍ୟ ସମାନ ପ୍ରକାର ପ୍ରଦର୍ଶନ ଦେଖିବାକୁ ମିଳିଛି।

ରାଜକୋଟରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ନିର୍ଣ୍ଣାୟକ ଟି -୨୦ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ଟି -୨୦ କ୍ୟାରିୟରର ତୃତୀୟ ଶତକ ମାତ୍ର ୪୫ ବଲରେ କରିଛନ୍ତି। ଏପରି କରି ସେ ମାତ୍ର ୬ ମାସ ମଧ୍ୟରେ ତିନୋଟି ଶତକ ମାରିଛନ୍ତି। ଏପରି କରିବାରେ ସେ ଭାରତର ଦ୍ୱିତୀୟ ବ୍ୟାଟସମ୍ୟାନ ହୋଇଛନ୍ତି।

ରାଜକୋଟରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ନିର୍ଣ୍ଣାୟକ ମ୍ୟାଚରେ ସୂର୍ଯ୍ୟକୁମାର ଭଲ ପ୍ରଦର୍ଶନ କରିଛନ୍ତି। ଶତକୀୟ ଇନିଂସ ଭିତରେ ସେ ବ୍ୟାକଫୁଟରେ ଏକ ଛକ୍କା ମାରିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚାରେ ଟିମ୍ ଇଣ୍ଡିଆର ସ୍କାଏ (ସୂର୍ଯ୍ୟ କୁମାର ଯାଦବ) । ବଲଟି ଅପ୍ ଷ୍ଟିକରେ ଫୁଲଟୋଜ ଥିଲା। ଏହାପରେ ବି ସୂର୍ଯ୍ୟକୁମାର ବାହାର ଅପ ଷ୍ଟିକରେ ଫୁଟଓ୍ୱାର୍କ ନେଇ ପଛ ଆଡକୁ ବୁଲାଇ ବ୍ୟାଟକୁ ବଲ ସହ ସଂଯୋଗ କରିଥିଲେ। ଯାହାକି ଛକାରେ ପରିଣତ ହୋଇଛି। ତେବେ ଏହି ସଟ୍ ଖେଳିବାକୁ ଯାଇ ସ୍କାଏ ପିଚରେ ଓଲଟି ପଡିଥିବା ଦେଖିବାକୁ ମିିଳିଛି।

୨୦୨୨ରେ ଟି-୨୦ ଇଣ୍ଟରନ୍ୟାସନାଲରେ ହଜାରେରୁ ଅଧିକ ରନ୍ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କର ୨୦୨୩ ଆରମ୍ଭ ସେତେଟା ଭଲ ନଥିଲା। ତେବେ ମୁମ୍ବାଇର ଓ୍ୱାଙ୍ଖଡେରେ ପ୍ରଥମ ଟି -୨୦ ମ୍ୟାଚରେ ଶସ୍ତାରେ ପାଭିଲିଅନକୁ ଫେରିଯାଇଥିଲେ। ଅବଶ୍ୟ ସୂର୍ଯ୍ୟ କୁମାରଙ୍କୁ ଫର୍ମକୁ ପ୍ରତ୍ୟାବର୍ତ୍ତନ କରିବାକୁ ଅଧିକ ସମୟ ଲାଗିଲା ନାହିଁ ଏବଂ ସେ ପୁଣେରେ ଦ୍ୱିତୀୟ ଟି -୨୦ ରେ ଅର୍ଦ୍ଧଶତକ ହାସଲ କରିଥିଲେ। ତୃତୀୟ ମ୍ୟାଚ୍ ବେଳକୁ ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ରୂପେ ନିଜ ଲୟକୁ ଫେରି ଶ୍ରୀଲଙ୍କା ବିପକ୍ଷରେ ଶତକୀୟ ଇଂନିସ ଖେଳିଛନ୍ତି।

୧-୧ ରେ ଥିବା ଏହି ଟି -୨୦ ସିରିଜର ଶେଷ ମ୍ୟାଚରେ ବ୍ୟାଟସମ୍ୟାନଙ୍କ ଠାରୁ ଭାରତର ଏକ ଭଲ ପ୍ରଦର୍ଶନ ଆବଶ୍ୟକ ଥିଲା ଏବଂ ସୂର୍ଯ୍ୟ ଏହି ଦାୟିତ୍ୱକୁ ନିଜ କାନ୍ଧରେ ନେଇଥିଲେ। ସୁର୍ଯ୍ୟ କୁମାର ମାତ୍ର ୨୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ ଏବଂ ପରେ ୫ ଓଭରରେ ମଧ୍ୟ ଏକ ଶତକ ମାରିବାରେ ସକ୍ଷମ ହୋଇଥିଲେ।

Leave A Reply

Your email address will not be published.