Latest Odisha News

BREAKING NEWS

ବିଜୟରେ ବିଳମ୍ବ ନେଇ ପୁତିନ ନିଆଁବାଣ, ବରଖାସ୍ତ ହେଲେ ୮ ସେନା ପ୍ରମୁଖ

ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ବିଜୟ ନେଇ ବିଳମ୍ବ ହେବା ଯୋଗୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁତିନ ରାଗି କରି ନିଆଁ ବାଣ ହୋଇ ଯାଇଛନ୍ତି । ଏପରିକି ସେ ୮ ପ୍ରମୁଖ ସେନା ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି । ଏହା ବ୍ୟତୀତ ଆମେରିକା ସହ ମିଶି ୟୁକ୍ରେନ ଜୈବିକ ଅସ୍ତ୍ର ପ୍ରସ୍ତୁତ କରୁଛି ବୋଲି ପୁତିନ ଅଭିଯୋଗ ଆଣିଛନ୍ତି । ବାଦୁଡି ଏବଂ ଅନ୍ୟ ପକ୍ଷୀମାନଙ୍କ ମଧ୍ୟରେ ରୁଷିଆ ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ୟୁକ୍ରେନ ରହିଥିବା ନେଇ ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

୨/୩ ଦିନ ମଧ୍ୟରେ ଯୁଦ୍ଧ ଜିତିବା ଆଶା ରଖିଥିଲେ ମଧ୍ୟ ଏହା ଏବେ ୧୬ ଦିନରେ ପଂହଚିଲାଣି । ବିଭିନ୍ନ ଦେଶର କଟକଣା ଏବଂ ଯୁଦ୍ଧରେ ବ୍ୟାପକ ଅର୍ଥ ଅପଚୟ ଯୋଗୁ ରୁଷ ଅସୁବିଧାର ସମ୍ମୁଖୀନ ହେଲାଣି । ଶନିବାର ସୁଦ୍ଧା ୨୫ ଲକ୍ଷ ଲୋକ ୟୁକ୍ରେନ ଛାଡିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି ।

Comments are closed, but trackbacks and pingbacks are open.