Latest Odisha News

୧୦ଟି ସନ୍ତାନ ଜନ୍ମ କଲେ ପୁରସ୍କାର ଦେବେ ପୁଟିନ

ମସ୍କୋ: ଜନସଂଖ୍ୟାର ବିସ୍ପୋରଣ ବିଶ୍ବ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଜାତିସଂଘର ତଥ୍ୟରୁ ଜଣାପଡିଛି ଯେ ୨୦୨୦ ସୁଦ୍ଧା ବିଶ୍ବର ଜନସଂଖ୍ୟା ୭.୭ ବିଲିୟନ( ୭୭୫.୨୮ କୋଟିରୁ ଅଧିକ ) ଅତିକ୍ରମ କରିଛି। ୨୦୫୦ ବେଳକୁ ବିଶ୍ବର ଜନସଂଖ୍ୟା ପ୍ରାୟ ୯.୮ ବିଲିୟନ ହୋଇଯାଇଥିବ।

ଜନସଂଖ୍ୟା ବୃଦ୍ଧି ବିଶ୍ବ ପାଇଁ ଏକ ବୃହତ ସମସ୍ୟାରେ ପରିଣତ ହେବାକୁ ଯାଉଛି । ଅନେକ ଦେଶ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବଭିନ୍ନ ନିୟମ ଆଣୁଥିବାବେଳେ , ଋଷର ରାଷ୍ଟ୍ରପତି ଭ୍ଲାଦିନିର ପୁଟିନ ଋଷ ମହିଳା ମାନଙ୍କୁ ୧୦ଟି ସନ୍ତାନ ଜନ୍ମ କଲେ ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି ।ଯେଉଁ ମହିଳାମାନେ ୧୦ କିମ୍ବା ଅଧିକ ସନ୍ତାନ ପ୍ରସବ କରିବେ ଏବଂ ସେନାନଙ୍କୁ ପାଳନ କରି ବଢାଇବେ , ସେମାନଙ୍କୁ ଋଷ ସରକାରଙ୍କ ପକ୍ଷରୁ ‘ମଦର ହିରୋଇନ୍’ ଆଖ୍ୟା ଦିଆଯିବ |ଯୋଗ୍ୟ ବିବେଚିତ ମାତାମାନଙ୍କୁ ସେମାନଙ୍କର ଦଶମ ଜୀବନ୍ତ ପିଲା ଏକ ବର୍ଷ ବୟସ ହେବା ପରେ ୧ ମିଲିୟନ୍ ରୁବଲ୍ (ପ୍ର ୧୩,୧୨,୦୦୦ ଲକ୍ଷ ଟଙ୍କା ) ପ୍ରଦାନ କରାଯିବ |

ଜନ୍ମହାର ହ୍ରାସ କାରଣରୁ  ଜନସଂଖ୍ୟା ଜନିତ ସଙ୍କଟ ମଧ୍ୟରେ ଋଷ  ସଂଘର୍ଷ କରୁଛି ।  ଏହି କାରଣରୁ ରାଷ୍ଟ୍ରପତି ଭ୍ଲାଦିନିର ପୁଟିନ ଋଷ ମହିଳା ମାନଙ୍କପାଇଁ  ୧୬ ଅଗଷ୍ଟରେ ସୋଭିଏତ୍ ଯୁଗର ‘ ମଦର ହିରୋଇନ୍’ ର ପୁରସ୍କାରକୁ ପୂର୍ଣ୍ଣପ୍ରଚଳିତ  କରିଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୋଭିଏତ୍ ଋଷର ଜନସଂଖ୍ୟା ହ୍ରାସ ପାଇଥିଲା। ଜନସଂଖ୍ୟା ବୃଦ୍ଧି କରିବା ପାଇଁ ଏହି ସମ୍ମାନଜନକ ଆଖ୍ୟା ପ୍ରଥମେ ୧୯୪୪ ମସିହାରେ ପ୍ରଦାନ  କରାଯାଉଥିଲା।  କିନ୍ତୁ, ୧୯୯୧ ରେ ସୋଭିଏତ୍ ୟୁନିଅନର ପତନ ପରେ ଏହି ଟାଇଟଲ୍ ପ୍ରଦାନ ବନ୍ଦ ହୋଇଗଲା  ।

କୋଭିଡ ୧୯ ମହାମାରୀ ଏବଂ ଋଷ-ୟୁକ୍ରେନ ଯୁଦ୍ଧ କାରଣରୁ ଋଷର ଜନସଂଖ୍ୟା ସଙ୍କଟରେ ପଡିଛି  । ଜନସଂଖ୍ୟା ବୃଦ୍ଧି କରିବା ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିନିର ପୁଟିନ ଋଷ ମହିଳା ମାନଙ୍କୁ ୧୦ଟି ସନ୍ତାନ ଜନ୍ମ କଲେ ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି ।

 

Leave A Reply

Your email address will not be published.