Latest Odisha News

BREAKING NEWS

ବନ୍ୟା ପାଇଁ OPSC ସ୍ଥଗିତ ରଖିଲା ASO ପରୀକ୍ଷା

ଭୁବନେଶ୍ୱର: ଅଧା ଓଡ଼ିଶା ବନ୍ୟା ଜଳରେ ବୁଡ଼ି ରହିଥିବା ବେଳେ ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ASOର ଲିଖିତ ପରୀକ୍ଷା ଆସନ୍ତା ରବିବାର ୨୧ ତାରିଖରେ ହେବାର ଥିଲା । ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ପାଇବା ଯାଏ ASO ପରୀକ୍ଷା ସ୍ଥଗିତ ଥିବା ସୂଚନା ଦେଇଛନ୍ତି OPSC ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ।

ବନ୍ୟା ସ୍ଥିତିରେ ସୁଧାର ଆସିବା ପରେ ASO ପରୀକ୍ଷା ତାରିଖ ପୁନଃ OPSC ପ୍ରକାଶ କରିବ । ବନ୍ୟାରେ ରାଜ୍ୟର କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଆଦି ୧୦ଟି ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରିବେ ।

Leave A Reply

Your email address will not be published.