Latest Odisha News

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଓଲିଉଡ଼ ଷ୍ଟାର କଳି। ଘଟଣା ନେଇ ପ୍ରତିକ୍ରିୟା ଦେଲେ ବାବୁସାନଙ୍କ ମାଆ ଅପରାଜିତା। କହିଲେ ବାବୁ ମୋ ସୁନା ପୁଅ, ତାକୁ ଫସାଇ ଦିଆଯାଇଛି। ସେ ବହୁତ ଷ୍ଟ୍ରଙ୍ଗ ହେଲେ ତାକୁ ବ୍ଲାକ ମେଲିଂ କରାଯାଉଥିଲା। ବାବୁ ଡିପ୍ରେସନରେ ରହୁଥିବା ବେଳେ ତାର କଲ ରେକର୍ଡ ଯାଞ୍ଚ କରିବାକୁ ଦାବି କରିଛନ୍ତି ଅପରାଜିତା।

ରାଜଧାନୀ ରାଜରାସ୍ତାରେ ଷ୍ଟାର କଳି ଘଟଣା । ସାତ ଜଣଙ୍କ ବୟାନ ରେକର୍ଡ କଲା ପୋଲିସ। ଦୁଇଟି ମାମଲାରେ ୭ ଜଣଙ୍କ ବୟାନ ରେକର୍ଡ ।  ଘଟଣାରେ ଖାରବେଳ ନଗର ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିଲା । ସେହିପରି ବାବୁସାନ ଓ ପ୍ରକୃତିଙ୍କୁ ଫୋନ୍‌ ଯୋଗେ ନୋଟିସ ଜାରି କରିଛି ପୋଲିସ । ଉଭୟ ଥାନାରେ ଆସି ନିଜ ନିଜ ପକ୍ଷ ରଖିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।

ରାଜ୍ୟରେ ସକ୍ରିୟ ମୌସୁମୀ ପ୍ରଭାବରେ ଜାରି ରହିଛି ବର୍ଷା । ଫଳରେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବା ବେଳେ ତୁହାକୁ ତୁହା ବର୍ଷା ଲାଗି ରହିଛି ।  ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୧୪ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ମୌସୁମୀ ପ୍ରଭାବରେ  କିଛି ସ୍ଥାନରେ ଭୀଷଣ ବର୍ଷା ହୋଇଛି ।

ରାଜ୍ୟରେ ଆଜି ୨୪ ଘଣ୍ଟା ମଧ୍ୟରେ ୧୦୧୧ କରୋନା ପଜିଟିଭ୍ ଚିହ୍ନଟ, ଭଦ୍ରକରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ।  ଲୋକାଲ କେସ ୪୨୦ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୫୯୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।   

କାଶୀପୁରରେ ଥମୁନି ହଇଜା ଆତଙ୍କ। ଚିନ୍ତା ବଢାଉଛି ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା। ଏବେ ସୁଦ୍ଧା ୯ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୨୫୧ରେ ପହଞ୍ଚିଲାଣି ମୃତକଙ୍କ ସଂଖ୍ୟା। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଚିକିତ୍ସ।ପଇଁ ଖାଲି ପଡ଼ିଛି ଡାକ୍ତର ପଦ।

ଭାରତୀୟ ଇତିହାସରେ ଲେଖାଯିବ ସ୍ୱର୍ଣ୍ଣିମ ଅଧ୍ୟାୟ; ଦିନକ ପରେ ରାଷ୍ଟ୍ରପତି ଭାବେ ଶପଥ ନେବେ ଦ୍ରୌପଦୀ , ଦ୍ୱିତୀୟ ଓଡ଼ିଆ ତଥା ପ୍ରଥମ ଓଡ଼ିଆ ମହିଳା ଭାବେ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବେ । ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଭବ୍ୟ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ , ତେଣେ ରାଇସିନା ହିଲ୍ ବି ଦ୍ରୌପଦୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ।

ପୁଣି ଠାବ ହେଲା ହାତୀ କଙ୍କାଳ । ସମ୍ବଲପୁର ଧମା ରେଞ୍ଜ୍‌ରେ ପୋଡ଼ାଜଳା ଅବସ୍ଥାରେ ୨ ହାତୀ କଙ୍କାଳ ଠାବ ହୋଇଛି । ସେଥିମଧ୍ୟରୁ ତବଲେଇ-ଦେଓଗାଁ ସଂରକ୍ଷିତ ଜଙ୍ଗଲରେ ଗୋଟିଏ ହାତୀର କଙ୍କାଳ ଠାବ ହୋଇଥିବାବେଳେ କୋଲଗାଁ ସଂରକ୍ଷିତ ଜଙ୍ଗଲରେ ଆଉ ଗୋଟିଏ ହାତୀର କଙ୍କାଳ ଠାବ ହୋଇଥିବା ସୂଚନା ମିଳିଛି । ତେବେ ଉଭୟ ସ୍ଥାନରୁ କ୍ରାଇମବ୍ରାଞ୍ଚ୍ ଏସ୍‌ଟିଏଫ୍‌ ହାତୀ କଙ୍କାଳ ଠାବ ହୋଇଛି ।

ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାମ, ପ୍ରଥମେ ଦର୍ପଦଳନ ପରେ ତାଳଧ୍ୱଜ ଏବଂ ନନ୍ଦିଘୋଷ । ବିଶ୍ଵକର୍ମା ମହାରଣାଙ୍କ ତତ୍ତ୍ଵାବଧାନରେ ଭୋଇ ସେବକମାନେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଖୋଲିବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହାପରେ ତାଳଧ୍ଵଜ ଓ ପରେ ନନ୍ଦିଘୋଷ ରଥର ଖୋଲିବା କାର୍ଯ୍ୟ କରାଯିବ।

 ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ପିଜିଟିଭ୍ ଚିହ୍ନଟ ବ୍ୟକ୍ତିଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରୀ ନାହିଁ।  ବ୍ୟକ୍ତିଙ୍କୁ ଦିଲ୍ଲୀର ମୌଲାନା ଆଜାଦ ମେଡିକାଲ କଲେଜରେ ଆଡମିସନ କରାଯାଇଛି। ଏହି ଘଟଣାକୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି।ବ୍ୟକ୍ତି ଜଣଙ୍କ ନିକଟରେ ହିମାଚଳ ପ୍ରଦେଶ ମନାଲୀରେ ଏକ ବେଚ୍‌ଲର ପାର୍ଟିରେ ଯୋଗ ଦେଇ ଫେରିଥିଲେ।

ଇତିହାସ ରଚିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା । ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ଜିତିଲେ ରୌପ୍ୟ ପଦକ । ନୀରଜ ଚୋପ୍ରା ୮୮ ଦଶମିକ ୧୩ ମିଟର ଜାଭଲିନ୍ ଥ୍ରୋ କରି ରୌପ୍ୟ ପଦକ ଜିତିଛନ୍ତି । ବିଶ୍ୱର ଏକ ନମ୍ବର ପିଟର୍ସ ୯୦ ଦଶମିକ ୫୪ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।ରୌପ୍ୟ ଜିତିବା ପରେ କୋଚଙ୍କ ସହ ସାଇକୁ ନିଜର ସଫଳତାର ଶ୍ରେୟ ଦେଇଛନ୍ତି ନୀରଜ।

ଗୁଳିକାଣ୍ଡରେ ଥରିଲା ଓ୍ୱାଶିଂଟନ : ଜଣେ ମୃତ, ୬ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଏ  ଓ କାହିଁକି ଗୁଳିମାଡ କରିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଘଟଣାର ତଦନ୍ତ ଜାରି ରହିଛି ।

୧୫୦ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ : ଏବେ ପୁଟିନ ସେନା  ବିମାନ ଘାଟି ଓ ରେଳ ଷ୍ଟେସନକୁ ଟାର୍ଗେଟ କରି ଘନ ଘନ ମିସାଇଲ ଆକ୍ରମଣ କରିଛି । ପ୍ରାୟ ୧୩ଟି ମିସାଇଲ ଆକ୍ରମଣ ହୋଇଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି ।

ଭାରତ-ଇଣ୍ଡିଜ ଦ୍ୱିତୀୟ ଦିନିକିଆ : ପାକିସ୍ତାନର ବଡ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଧାଓ୍ୱନ ସେନା, ପ୍ରଥମ ଦିନିକିଆରେ ଶିଖର ବାହିନୀ ୩ ରନରେ ବିଜୟ ହାସଲ କରିଥିବା ବେଳେ ଦଳ ଏବେ ଦ୍ୱିତୀୟ ଦିନିକିଆ ବିଜୟ ଲକ୍ଷ୍ୟରେ ରହିଛି ।

ବିଜୟ ଦେବରକୋଣ୍ଡାଙ୍କ ପପୁଲାରିଟି ଦିନକୁ ଦିନ ବଢିବାରେ ଲାଗିଛି। ସାଉଥ୍‌ ସୁପରଷ୍ଟାର୍‌ଙ୍କ ଆଗାମୀ ପ୍ୟାନ ଇଣ୍ଡିଆ ସିନେମା ଲାଇଗର୍ ରିଲିଜ୍ ହେବା ପୂର୍ବରୁ ଟ୍ରେଲକୁ ଲକ୍ଷାଧିକ ଲୋକ ପସନ୍ଦ କରିଛନ୍ତି। ତେବେ ଏହି ଫିଲ୍ମର ଟ୍ରେଲର୍ ଲଞ୍ଚ୍‌ ଅବସରରେ ବିଜୟଙ୍କ ଲୁକ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଚର୍ଚ୍ଚାରେ ସାଉଥ ସୁନ୍ଦରୀ ସମନ୍ଥା । ଏଥର ବଲିଉଡରେ କରିବେ ଡେବ୍ୟୁ। ଦ ଇମୋର୍ଟାଲ ଅଶ୍ୱଥମ୍ମାରେ ଆସିବେ ନଜର। ସ୍କ୍ରିପ୍ଟ କାମ ଶେଷ ହୋଇଯାଇଥିବା ବେଳେ ଅପୋଜିଟରେ ଭିକିଙ୍କ ସହ ଆସିବେ ନଜର।

Leave A Reply

Your email address will not be published.