Latest Odisha News

ବୋମା ବିସ୍ଫୋରଣରେ ତିନି ଯୁବକ ଆହତ

ନୟାଗଡ : ଗତକାଲି ବିଳମ୍ବିତ ରାତିରେ ନୟାଗଡରେ ହୋଇଥିବା ସିରିଜ ବୋମା ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି କୋମଣ୍ଡ ଓ ତା ଆଖପାଖ ଅଞ୍ଚଳରେ ବୋମା ମାଡ କରିଥିଲେ । ଏହି ସମୟରେ ଫିଙ୍ଗୁଥିବା ବୋମାରେ ସେମାନେ ନିଜେ ଆହତ ମଧ୍ୟ ହୋଇଛନ୍ତି ।

ତେବେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଜଣେ ପଥଚାରୀ ଦୁର୍ଭାଗ୍ୟବଶତଃ ଏହି ବିସ୍ଫୋରଣର ଶିକାର ହୋଇଥିଲେ । ସୂଚନା ଅନୁଯାୟୀ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରିବା ସହ କେଉଁ କାରଣରୁ ଏଭଳି କାଣ୍ଡ ଘଟିଛି, ସେ ନେଇ ପୋଲିସ ତଦନ୍ତ ଚଳାଇଛି ।

Leave A Reply

Your email address will not be published.