Latest Odisha News

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ସିନ୍ଧୁ ରନର୍ସଅପ

ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ବ୍ୟାଡମିଂଟନ ଟୁର୍ଣ୍ଣାମେଂଟର ଫାଇନାଲରେ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଛନ୍ତି । ବିଶ୍ୱର ୭ ନମ୍ବର ଖେଳାଳି ଚୀନର ୱାଙ୍ଗ ଝି ୟି ୨୧-୧୬, ୫-୨୧ ଓ ୧୬-୨୧ରେ ସିନ୍ଧୁଙ୍କୁ ପରାସ୍ତ କରିଥିଲେ । ୨୦୨୨ରେ ସିଙ୍ଗାପୁର ଓପନ ଜିତିବା ପରଠାରୁ ସେ ଆଉ କୌଣସି ଟାଇଟଲ ହାସଲ କରି ନାହାନ୍ତି । ସେମିଫାଇନାଲରେ ସିନ୍ଧୁ ଥାଇଲାଣ୍ଡର ବୁସାନନ ଓଙ୍ଗବାମରୁଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।

ଫାଇନାଲରେ ପ୍ରଥମ ଗେମରେ ସିନ୍ଧୁ ଜିତିଥିଲେ ମଧ୍ୟ ୱାଙ୍ଗ ଏହା ପରେ ସଫଳତାର ସହ ପ୍ରତ୍ୟାବର୍ତନ କରି ବାକ ୨ଟି ସେଟ ଜିତିବା ସହ ମ୍ୟାଚରେ ବିଜୟ ହାସଲ କରିଥିଲେ । ଦୀର୍ଘ ଦିନ ହେବ ଟାଇଟଲ ଜିତି ନ ଥିବାରୁ ସିନ୍ଧୁ ନିରାଶ ହୋଇ ପଡିଥିଲେ ।

Leave A Reply

Your email address will not be published.