Latest Odisha News

ଧ୍ରୁଭ ରାଠୀଙ୍କ ଭିଡିଓ ପୋଷ୍ଟ ପରେ ଦୁଷ୍କର୍ମ ଓ ହତ୍ୟା ଧମକ ମିଳୁଥିବା ଅଭିଯୋଗ ଆଣିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ମିଳିଥିବା ଅଭିଯୋଗ କରିଛନ୍ତି। ସ୍ୱାତୀ ମାଲିୱାଲ ରବିବାର ଅଭିଯୋଗ କରିଛନ୍ତି ଯେ ଆପ୍ ନେତା ତଥା ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଚାଲିଥିବା ତାଙ୍କ ଚରିତ୍ର ସଂହାର ଅଭିଯାନ ପରେ ତାଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ଦିଆଯାଉଛି। ତାଙ୍କ ବିରୋଧରେ ଏକପାଖିଆ ଭିଡିଓ ପୋଷ୍ଟ କରି ୟୁଟ୍ୟୁବର୍ ଧ୍ରୁଭ ରାଠୀ ପରିସ୍ଥିତିକୁ ଆହୁରି ଗମ୍ଭୀର କରିଥିବା ଅଭିଯୋଗ କରିଛନ୍ତି। ସୂଚନା ଥାଉକି ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ଭିଡିଓ ପୋଷ୍ଟକୁ ନେଇ ମଧ୍ୟ ଅନେକ ପ୍ରତିକ୍ରିୟା ଆସିଛି। ଏକାଧିକ ଦୁଷ୍କର୍ମ ଓ ହତ୍ୟା ଧମକ ଆସୁଛି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ମିଳିଥିବା ଦୁଷ୍କର୍ମ ଧମକର ସ୍କ୍ରିନସଟ ମାଲିୱାଲ ସେୟାର କରିଛନ୍ତି ଏବଂ କହିଛନ୍ତି ଯେ ତାଙ୍କ ଦଳର ନେତାଙ୍କ ଦ୍ୱାରା ତାଙ୍କୁ ଚରିତ୍ର ସଂହାର କରାଯାଇଛି। ସ୍ୱତୀ ମାଲିୱାଲ ଆହୁରି ଅଭିଯୋଗ ଆଣିଛନ୍ତି ଯେ, “ମୋ ଦଳ(ଆପ)ର ନେତା ଓ ସ୍ୱେଚ୍ଛାସେବୀମାନେ, ମୋ ଚରିତ୍ର ସଂହାର ଏବଂ ମୋ ବିରୋଧରେ ପ୍ରଚାର କରିବା ପରେ ମୁଁ ଦୁଷ୍କର୍ମ ଓ ହତ୍ୟା ଧମକ ପାଇଛି। ଯେତେବେଳେ ୟୁଟ୍ୟୁବ ଧ୍ରୁଭ ରାଠୀ ମୋ ବିରୁଦ୍ଧରେ ଏକପାଖିଆ ଭିଡିଓ ପୋଷ୍ଟ କରିଥିଲେ ସେତେବେଳେ ଏହା ଆହୁରି ଗମ୍ଭୀର ରୂପ ନେଇଛି।”

ଦଳର ନେତୃତ୍ୱ ତାଙ୍କୁ ଅଭିଯୋଗ ପ୍ରତ୍ୟାହାର କରାଇନେବାକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ଧ୍ରୁବ ରାଠୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କଲର ପ୍ରତିକ୍ରିୟା ଦେଇନଥିବା ସ୍ୱାତୀ ମାଲିୱାଲ କହିଛନ୍ତି। ଦିଲ୍ଲୀର ପୂର୍ବତନ ମହିଳା ଆୟୋଗ (ଡିସିଡବ୍ଲ୍ୟୁ) ଅଧ୍ୟକ୍ଷ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଅଭିଯୋଗ ପ୍ରତ୍ୟାହାର ପାଇଁ ତାଙ୍କୁ ଆପ ନେତୃତ୍ୱ ଭୟଭୀତ କରୁଛନ୍ତି। ମାଲିୱାଲ ଆହୁରି ମଧ୍ୟ କହିଛନ୍ତି ଯେ ସେ ଧ୍ରୁଭ ରାଠୀଙ୍କ ସହ ତାଙ୍କ କାହାଣୀର ଅଂଶୀଦାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ତାଙ୍କ କଲ ଏବଂ ମେସେଜକୁ ଅଣଦେଖା କରିଥିଲେ।

Leave A Reply

Your email address will not be published.