Latest Odisha News

BREAKING NEWS

ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ

ଟୋକିଓ: ପୁଣି ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ଅଲିମ୍ପିକ୍ସରେ ପଦକ ଜିତିଛନ୍ତି ଷ୍ଟାର୍ ଶଟଲର୍ ପିଭି ସିନ୍ଧୁ। ଫାଇନାଲରୁ ବଞ୍ଚିତ ହୋଇଥିବା ଭାରତୀୟ ଶଟଲର୍ ପିଭି ସିନ୍ଧୁ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଇଭେଲ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି । ଏହା ପୂର୍ବରୁ ମହିଳା ଭାରୋତ୍ତୋଳନରେ ମୀରାବାଈ ଚାନୁ ରୌପ୍ୟ ପଦକ ଜିତିଥିଲେ। କ୍ରମାଗତ ଦ୍ୱିତୀୟ ଅଲିମ୍ପିକ୍ସରେ ପଦକ ଜିତିବାରେ ସିନ୍ଧୁ ଦେଶର ପ୍ରଥମ ମହିଳା ହୋଇଛନ୍ତି। ରିଓ ଅଲିମ୍ପିକ୍ସରେ ସିନ୍ଧୁ ରୌପ୍ୟ ପଦକ ଜିତି ଇତିହାସ ରଚିଥିଲେ।

ସେମି ଫାଇନାଲରେ ହାରିବା ପରେ ସିନ୍ଧୁ ବ୍ରୋଞ୍ଚ ପଦକ ପାଇଁ ଆଶାୟୀ ଥିଲେ  ।  ଆଜି ପ୍ରତିପକ୍ଷ ଚୀନ୍‌ର ବିଙ୍ଗଜିୟାଓଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଛନ୍ତି ପିଭି ସିନ୍ଧୁ । ସିନ୍ଧୁଙ୍କ ବିଜୟ ପରେ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ବ୍ରୋଞ୍ଜ ହାତେଇଲା ଭାରତ । ରବିବାର ଖେଳାଯାଇଥିବା ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଚାଇନାର ହି ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨୧-୧୩, ୨୧-୧୫ ଗେମରେ ହରାଇ ଏହି ସଫଳତା ଅର୍ଜନ କରିଛନ୍ତି । ଏହା ପୂର୍ବରୁ ସିନ୍ଧୁ ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ଖେଳାଳି ଚାଇନିଜ୍ ତାଇପେଇର ତାଇ ଜୁ ୟିଙ୍ଗ’ଙ୍କୁ ନିକଟରୁ ହାରି ଫାଇନାଲରୁ ବଞ୍ଚିତ ହୋଇଥିଲେ। କିନ୍ତୁ ବ୍ରୋଞ୍ଜ ପଦକ ମୁକାବିଲାରେ ସିନ୍ଧୁ ଦମଦାର ଖେଳ ଦେଖାଇଛନ୍ତି।

Comments are closed.