ସୁବର୍ଣ୍ଣପୁର : ଜଳିଗଲା କୋଟିକୋଟି ଟଙ୍କାର ପାଣି ପାଇପ । ସୁବର୍ଣ୍ଣପୁର ଜିଲ୍ଲା ବେହେରାମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି । କେହି ବିଲରେ ନଡା ପୋଡିବା ପାଇଁ ନିଆଁ ଲଗାଇଥିବା ବେଳେ ପାଖରେ ଥିବା ମେଗା ପାଣି ପ୍ରୋଜେକଟ ପାଇଁ ଗଛିତ ଥିବା RWSSର କୋଟିକୋଟି ଟଙ୍କାର ପାଇପ ପୋଡି ପାଉଁଶ ହୋଇଯାଇଛି । ନିଆଁ ଏତେ ଭୟଙ୍କର ହୋଇଯାଇଛି ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ରାସ୍ତାରେ ଯାତାୟାତ କରିବା ମଧ୍ୟ ମୁସ୍କିଲ ହୋଇପଡିଛି l
ଲଙ୍ଗଳକଟା ଗ୍ରାମର ଚାଷଜମି ଗୁଡିକରେ ମେସିନ ସାହାଯ୍ୟରେ ଧାନ କାଟି ସାରିବା ପରେ ପଡ଼ିରହିଥିବା ପାଲ ଗଦା ଗୁଡିକରେ ଲୋକେ ଅମାନିଆ ହୋଇ ନିଆଁ ଲଗାଇ ଦେଇଥିବାରୁ ଚାଷ ଜମିରୁ ନିଆଁ ଆସି ପାଇପ ଗଦାରେ ଲାଗି ଯାଇଛି l ନିଆଁଟି କୁ ଆୟତ୍ତ କରିବା ପାଇଁ ସେଠୀ ଥିବା କର୍ମଚାରୀ ଚେଷ୍ଟା କାରୀଥିଲେ ମଧ୍ଯ ଆୟତ୍ତ କରି ନପାରିବାରୁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ l
ଘଟଣା ସ୍ଥଳରେ ଡୁଙ୍ଗୁରିପାଲି ଓ ରାମପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି l ବର୍ତ୍ତମାନ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିଲେ ମଧ୍ଯ ଲକ୍ଷ୍ୟାଧିକ ଟଙ୍କାର ପ୍ଲାଷ୍ଟିକ ପାଣି ପାଇପ ପୋଡ଼ି ଯାଇଥିବାର ଅନୁମାନ କରାଯାଉଛି l
Comments are closed.