Latest Odisha News

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀଙ୍କ ମିଳିଲା ଆବାସ

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନେଇ ଚାଲିଥିବା ବିବାଦ ବର୍ତ୍ତମାନ ଅନ୍ତ ହେବାକୁ ଯାଉଛି । ଶୁକ୍ରବାର ଦିଲ୍ଲୀର ଲୋକ ନିର୍ମାଣ ବିଭାଗ (ପିଡବ୍ଲ୍ୟୁଡି) ସିଭିଲ୍ ଲାଇନ୍ ସ୍ଥିତ ଫ୍ଲାଗ୍ ୬ ଫ୍ଲାଗଷ୍ଟାଫ୍ ରୋଡ୍ ବଙ୍ଗଳାକୁ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଆଲଟ କରିଛନ୍ତି । ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଥିଲା ​​ଯେ, ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳାକୁ ଜବରଦଖଲ କରାଯାଇଥିଲା ଏବଂ ତାଙ୍କ ଜିନିଷପତ୍ର ମଧ୍ୟ ବାହାର କରିଦିଆଯାଇଥିଲା ।

ଦିଲ୍ଲୀର ପିଡବ୍ଲ୍ୟୁଡି ବିଭାଗ ମଧ୍ୟ ଆତିଶୀଙ୍କୁ ଘର ଆଲର୍ଟ କରିବା ସମ୍ପର୍କରେ ନୋଟିସ ମଧ୍ୟ ଜାରି କରିଛି । ବିଭାଗର ନୋଟିସରେ କୁହାଯାଇଛି ଯେ ହସ୍ତାନ୍ତର ଏବଂ ପ୍ରସ୍ତୁତି ପ୍ରକ୍ରିୟା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ସିଭିଲ୍ ଲାଇନ୍ସରେ ଏକ ବଙ୍ଗଳା ଦିଆଯାଇଛି ।

ତେବେ ଗତ ସୋମବାର ଆତିଶୀ ଏହି ବଙ୍ଗଳାରେ ରହିବା ଆରମ୍ଭ କରିଥିଲେ । ହେଲେ ବେଆଇନ ବ୍ୟବହାର ଅଭିଯୋଗରେ ପିଡବ୍ଲ୍ୟୁଡି ବିଭାଗ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ସିଲ୍ କରିଥିଲା ।

Leave A Reply

Your email address will not be published.