ଟୋକିଓ:ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ଥାଏ । ଏଥିରେ ବୋଧହୁଏ କେହି ଭାଗୀଦାର ହେବାକୁ ଚାହିଁବେ ନାହିଁ । ଚଳିତ ଟୋକିଓ ଅଲିମ୍ପିକ୍ସରେ ଏଥିରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । କତାରର ଆଥଲେଟ ମୁତାଜା ଏସା ୱାରଶିମ ଏକୁଟିଆ ସ୍ୱର୍ଣ୍ଣ ପଦକ ନେବାକୁ ମନା କରିଦେଲେ । ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଇଟାଲୀର ଗିୟାନମାର୍କୋ ତାମ୍ବେରୀଙ୍କ ସହ ତାଙ୍କୁ ଏକତ୍ର ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା ।
ଘଟଣାଟି ଏହିପରି… ପୁରୁଷ ହାଇଜମ୍ପରେ ଏହି ଦୁଇ ଆଥଲେଟ ସମାନ ୨.୩୭ ମିଟର ଜମ୍ପ ଲଗାଇ ପ୍ରଥମ ସ୍ଥାନରେ ରହିଥିଲେ । ପଦକ ବିଜେତା ସ୍ଥିର କରାଯାଇ ନ ପାରିବାରୁ ୩ ଏକ୍ସଟ୍ରା ଜମ୍ପ ମାରିବାକୁ କୁହାଯାଇଥିଲା । ଏଥିରେ ମଧ୍ୟ କେହି ୨.୩୭ ମିଟରକୁ ଉପରକୁ ଜମ୍ପ ମାରିପାରି ନ ଥିଲେ । ଅଫିସିଆଲ ଆଉ ଥରେ ଲେଖାଁଏ ଜମ୍ପ କରିବାକୁ ନିଷ୍ପତି ନେଇଥିଲେ । ତେବେ ସେ ସମୟରେ ତାମ୍ବେରୀ ଆଘାତପ୍ରାପ୍ତ ହୋଇଥିଲେ । ସେ ଏଥିରୁ ଓହରି ଯାଇଥିଲେ । ୱାରିଶମ ନିକଟରେ ସ୍ୱର୍ଣ୍ଣିମ ସୁଯୋଗ ରହିଥିଲା । ମାତ୍ର ସେ ଜମ୍ପ ମାରିବା ପୂର୍ବରୁ ଅଫିସିଆଲଙ୍କୁ ପଚାରିଥିଲେ ଯଦି ମୁଁ ଜମ୍ପ ନ ମାରେ ତାହାହେଲେ କଣ ହେବ । ନିୟମାବଳୀ ଦେଖିବା ପରେ ସେମାନେ କହିଥିଲେ ତାହାହେେଏ ଉଭୟଙ୍କୁ ସ୍ୱର୍ଣ୍ଣ ପଦକ ମିଳିବ । ବାସ୍ ଏହା ପରେ ୱାରିଶମ ଓହରି ଯାଇଥିଲେ । ଉଭୟ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ ମିଳିଥିଲ । ତାଙ୍କର ଏହି ପଦକ୍ଷେପକୁ ଏବେ ସାରା ବିଶ୍ୱ ପ୍ରଶଂସା କରୁଛି ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.