Latest Odisha News

BREAKING NEWS

ଚୀନ୍‌କୁ ମିଳିବ ପାନେ, ଏକାଠି ହେଲେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: କମିବ ଚୀନ୍‌ର ଚାଲାକ ପଣ । ପାନେ ପାଇବ ଡ୍ରାଗନ । ଚାଇନାର ବଢ଼ୁଥିବା ପ୍ରାଦୁର୍ଭାବ ମୁକାବିଲା ପାଇଁ ଏକାଠି ହେଲେ ୪ଟି ଦେଶ । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏକାଠି ହୋଇଛନ୍ତି । ଏହି ୪ଟି ଦେଶକୁ ନେଇ ଗଠିତ କ୍ୱାଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଟୋକିଓଠାରେ ବସିବାକୁ ଯାଉଛି । ଏଥିରେ ଏହି ୪ଟି ଦେଶର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେବେ । ଭାରତ ପକ୍ଷରୁ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଏହି ବୈଠକରେ ଯୋଗ ଦେବେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କ୍ୱାଡ ସଂଗଠନରେ ଏହା ହେଉଛି ୨ୟ ମନ୍ତ୍ରୀସ୍ତରୀୟ ବୈଠକ । ଗତ ବର୍ଷ ନ୍ୟୁୟର୍କଠାରେ ପ୍ରଥମ ମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲା । ନଭେମ୍ବର ୨୦୧୭ରେ ମାନିଲାଠାରେ ଅନୁଷ୍ଠିତ ଏସିଆନ ସଂଗଠନ ବୈଠକରେ କ୍ୱାଡ ସଂଗଠନକୁ ପୁଣି ସକ୍ରିୟ କରିବାକୁ ଏହି ୪ଟି ଦେଶର କୂଟନିତିଜ୍ଞମାନେ ଆଲୋଚନା କରିଥିଲେ ।

ମୁଖ୍ୟତଃ ଚୀନର ପ୍ରଭାବକୁ ଓ ବଢିଚାଲିଥିବା ଆଧିପତ୍ୟର ମୁକାବିଲା ଲାଗି ଏହି ମେଣ୍ଟ ଗଠନ କରାଯାଇଛି । ଏହି ମେଣ୍ଟ ମାଧ୍ୟମରେ ପରସ୍ପର ମଧ୍ୟରେ ସାମରିକ ଓ କୂଟନୈତିକ ସହଯୋଗ ପାଇଁ ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ପୂର୍ବରୁ ସହମତ ହୋଇଥିଲେ । ତେବେ ଏହି ସଂଗଠନକୁ ସମାଲୋଚନା କରିଛି ଚୀନ । କ୍ୱାଡ କୌଣସି ୩ୟ ଦେଶକୁ ଟାର୍ଗେଟ କରିବା ଉଚିତ ନୁହେଁ ବୋଲି ବେଜିଂ କହିଛି ।

Leave A Reply

Your email address will not be published.