Latest Odisha News

BREAKING NEWS

‘ବେଲ ବଟମ୍‌’ରେ ଅକ୍ଷୟଙ୍କ ପାୱାରଫୁଲ ଆକ୍ସନ

ମୁମ୍ବାଇ: ଆସିଲା ବଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ବେଲ ବଟମ୍‌’ର ଟିଜର । ୨୯ ସେକେଣ୍ଡର ଏହି ଟିଜର ସୋସିଆଲ ମିଡିଆରେ ଧମାକା କରିଛି । ଖିଲାଡି ବୟ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ଟିଜରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏଥିରେ ଅକ୍ଷୟଙ୍କ ନୂଆ ଲୁକ୍ ଦେଖିବାକୁ ମିଳିଛି ।

୮୦ ଦଶକର ବେଲ୍ ବଟମ୍ ପ୍ୟାଣ୍ଟରେ ନଜର ଆସିଛନ୍ତି ଖିଲାଡି କୁମାର । ଆଉ ଅକ୍ଷୟଙ୍କ ଏହି ଲୁକ୍‌କୁ ବଶେ୍ ପସନ୍ଦ କରିଛନ୍ତି ଦର୍ଶକ । ସବୁଠୁ ବଡ କଥା ହେଉଛି ଏଥିରେ ଅକ୍ଷୟକୁ ପୁଣି ଥରେ ପାୱାରଫୁଲ ଆକ୍ସନ ମୋଡରେ ଦେଖିବାକୁ ମିଳିବ ।

ବାସୁ ଭଗନାନିଙ୍କ ପ୍ରଯୋଜନାରେ ତିଆରି ଏହି ଫିଲ୍ମର ଲିଡ୍ ରୋଲ୍‌ରେ ଅକ୍ଷୟ କୁମାର ଥିବା ବେଳେ ତାଙ୍କ ଅପଜିଟରେ ଅଛନ୍ତି ବାଣି କପୁର । ଅନ୍ୟ ପ୍ରମୁଖ ଭୂମିକାରେ ଲାରା ଦତ୍ତା, ହୁମା କୁରେଶି ଓ ଜ୍ୟାକି ଭଗନାନି । ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୨ରେ ରିଲିଜ ହେବ ।

Leave A Reply

Your email address will not be published.