Latest Odisha News

ଜିଏସ୍‌ଟି କ୍ଷତିପୂରଣ ପ୍ରସଙ୍ଗ; ୮ ଘଣ୍ଟାରେ ବି ହୋଇପାରିଲାନି ସମାଧାନ

ନୂଆଦିଲ୍ଲୀ: ଜିଏସ୍‌ଟି କ୍ଷତିପୂରଣ ରାଶିକୁ ନେଇ ଜିଏସ୍‌ଟି ପରିଷଦ ବୈଠକରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ଦୀର୍ଘ ୮ ଘଣ୍ଟା କାଳ ଆଲୋଚନା ହୋଇଥିଲେ ସୁଦ୍ଧା କ୍ଷତିପୂରଣ ରାଶିକୁ ନେଇ କୌଣସି ସମାଧାନ ବାହାରି ପାରି ନ ଥିଲା।

ଏହି ସମସ୍ୟାର ସମାଧାନ କରିବା ଲାଗି ଚଳିତ ମାସ ୧୨ ତାରିଖରେ ପୁଣି ଥରେ ପରିଷଦରେ ବୈଠକ ବସିବ। ତେବେ ରାଜସ୍ବ ଆଦାୟରେ ଥିବା ଅଭାବକୁ ଦୂର କରିବା ଲାଗି ୨୦୨୨ ପରେ ମଧ୍ୟ ସେସ୍‌ ଆଦାୟ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ବାବଦରେ ୨୦ ହଜାର କୋଟି ଟଙ୍କା ଜାରି କରାଯିବ। ୨୦୧୮-୧୯ ଆର୍ଥିକ ବର୍ଷର ସମନ୍ବିତ ଜିଏସ୍‌ଟି ବାବଦରେ ଆଉ ୨୫ ହଜାର କୋଟି ଟଙ୍କା ସପ୍ତାହକ ଭିତରେ ରାଜ୍ୟଗୁଡ଼ିକୁ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.