Latest Odisha News

‘କ୍ୱାରେଂଟାଇନ୍ ଅବଧିକୁ ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି କର୍ମଚାରୀ’

ମାଲକାନଗିରି: ଏଣିକି ସଙ୍ଗରୋଧ ବା କ୍ୱାରେଣ୍ଟାଇନ ଅବଧୀକୁ ସରକାରୀ କାର୍ଯ୍ୟ ଦର୍ଶାଇ ପାରିବେନି କର୍ମଚାରୀ । ଏନେଇ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ନିୟମ ଜାରି କରିଛନ୍ତି ମାଲକାନଗିରି ଜିଲ୍ଲାପାଳ ।

ଜିଲ୍ଲାପାଳ କହିଛନ୍ତି, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଛାଡ଼ିଲେ କର୍ମଚାରୀମାନେ ବାଧ୍ୟତାମୂଳକ ଭାବେ ଜିଲ୍ଲାପାଳଙ୍କ ଅନୁମତି ନେବେ। ଛୁଟିରୁ ଫେରିଲେ ସେମାନେ ୧୪ ଦିନ ସଂଗରୋଧରେ ରହିବେ। ସଂଗରୋଧ ସହ ସରକାରୀ କାର୍ଯ୍ୟକୁ ସଂଲଗ୍ନ କରାଯାଇ ପାରିବ ନାହିଁ। ଏହି ୧୪ ଦିନ ସଂଗରୋଧ ଅବଧି ବ୍ୟକ୍ତିଗତ ଛୁଟିରେ ପରିଗଣିତ ହେବ।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ ମାଲକାନଗିରି ଜିଲ୍ଲାରେ ୨୦୨୦ ଅଗଷ୍ଟ ୬ ତାରିଖ ଅପରାହ୍ନ ୪ଟା ସୁଦ୍ଧା ୭୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୩୬୭ ଜଣ ସକ୍ରିୟ ଆକ୍ରାନ୍ତ ହୋଇଥିବା ବେଳେ ୪୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Comments are closed.