Latest Odisha News

BREAKING NEWS

୩୨ ବର୍ଷ ପରେ ରାଜ୍ୟସଭାରେ ବିଜେପିର ଶତକ

ନୂଆଦିଲ୍ଲୀ: ୧୯୯୦ ପରେ ବିଜେପି ପ୍ରଥମ ଦଳ ଭାବେ ରାଜ୍ୟସଭାରେ ୧୦୦ ସିଟ ହାସଲ କରିଛି । ଗୁରୁବାର ବିଜେପି ଆସାମ, ତ୍ରିପୁରା ଓ ନାଗାଲାଣ୍ଡରେ ଗୋଟିଏ ଲେଖାଁଏ ସିଟରେ ବିଜୟ ହାସଲ କରିଥିଲା । ୩୨ ବର୍ଷ ପରେ ଦଳ ଏହି ସଫଳତା ହାସଲ କରିଛି । ନିକଟରେ ଆସାମର ୨, ହିମାଚଳପ୍ରଦେଶର ୧, କେରଳର ୩, ନାଗାଲାଣ୍ଡର ୧, ତ୍ରିପୁରାର ୧ ଓ ପଂଜାବର ୫ସିଟ ପାଇଁ ନିର୍ବାଚନ ହୋଇଥିଲା । ପଂଜାବରେ ବିଜେପି ଗୋଟିଏ ସିଟ ହରାଇଥିବା ବେଳେ ନର୍ଥ ଇଷ୍ଟର ୩ଟି ଏବଂ ହିମାଚଳ ପ୍ରଦେଶରେ ଗୋଟିଏ ସିଟ ଜିତିଥିଲା । ଅବଶ୍ୟ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ।

ନିର୍ବାଚନ ପୂର୍ବରୁ ବିଜେପି ହାତରେ ୯୭ ସିଟ ଥିଲା । ୨୦୧୪ରେ ବିଜେପି ହାତରେ ୫୫ ସିଟ ଥିଲା ଏବେ ଏହା ବଢ଼ି ୧୦୧ରେ ପଂହଚିଛି । ବର୍ତମାନ ରାଜ୍ୟସଭାରେ ବିଜେପି ୧୦୧, କଂଗ୍ରେସ ୨୯, ଟିଏମସି ୧୩, ଆପ ୮, ଡିଏମକେ ୧୦ ଓ ଅନ୍ୟ ୮୪ ରହିଛି ।

Leave A Reply

Your email address will not be published.