Latest Odisha News

BREAKING NEWS

ଏଥର ହୋଲିରେ ଘରେ କରନ୍ତୁ ସୁସ୍ଵାଦୁ ଜିଲାପି…

ଭୁବନେଶ୍ଵର: ପାଖେଇ ଆସିଲାଣି ହୋଲି । ଘରେ ଘରେ ବାସିବ ପିଠା ମିଠାର ବାସ୍ନା । ଭଳିକି ଭଳି ପିଠା ମିଠାରେ ପୁରି ଉଠିବ ଗାଁ ଦାଣ୍ଡ । ଗାଁ ଦାଣ୍ଡରେ ଭୋଗ ଖାଇବେ ଦୋଳ ଗୋବିନ୍ଦ । ରଙ୍ଗର ଉତ୍ସବକୁ ଆହୁରି ସ୍ଵାଦ ଯୁକ୍ତ କରିବାକୁ ଏଥର ଘରେ ବନାନ୍ତୁ ଏହି ସ୍ଵାଦିଷ୍ଟ ଜିଲାପି । ଦେଖିବାକୁ ଯେମିତି ସୁନ୍ଦର ଖାଇବାକୁ ମଧ୍ୟ ସେତିକି ଟେଷ୍ଟି । ତେବେ ଜାଣନ୍ତୁ କିପରି କରିବେ ପ୍ରସ୍ତୁତି…

ଆବଶ୍ୟକ ସାମଗ୍ରୀ:

ମଇଦା, ଚିନି, ଗୁଜୁରାତି ଗୁଣ୍ଡ, କେଶର, ଖାଇବା କଲର, ଘିଅ, ଖାଇବା ସୋଢ଼ା

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଏକ ପାତ୍ରରେ କିଛି ମଇଦା ନିଅନ୍ତୁ। ସେଥିରେ ଘିଅ ପକାଇ କିଛି ସମୟ ଗୋଳାନ୍ତୁ। ପରେ ସେଥିରେ ପାଣି ଓ ଖାଇବା ସୋଢ଼ା ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ, ଯେପରି ମଇଦା ଭଲ ଭାବରେ ପାଣିସହ ମିଶିଯିବ। ଏହା ବହଳିଆ ରହିବ। ତା’ପରେ ଏହି ମିଶ୍ରଣକୁ କିଛି ସମୟ ଘୋଡ଼ାଇ ରଖି ଦିଅନ୍ତୁ। ପରେ କରେଇରେ ପାଣି ଗରମ କରନ୍ତୁ। ପାଣି ଗରମ ହେବାପରେ ସେଥିରେ ଚିନି ପକାନ୍ତୁ। ପରେ ସେଥିରେ ଗୁଜୁରାତି ଗୁଣ୍ଡ, କେଶର ଓ କଲ୍‌ର ପକାଇ ପକାଇ ଗୋଳାଇ ଦିଅନ୍ତୁ। ଶିରାଟି ହାତକୁ ଅଠାଳିଆ ଲାଗିଲେ ଗ୍ୟାସ ଚୁଲାକୁ ବନ୍ଦ କରି ଦିଅନ୍ତୁ। କିଛି ସମୟ ଏହାକୁ ଥଣ୍ଡା ହେବା ପାଇଁ କରିବାକୁ ଛାଡ଼ି ଦିଅନ୍ତୁ।

ଏହାପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୂର୍ବରୁ ରଖିଥିବା ମଇଦା ମିଶ୍ରଣକୁ ଏକ କୋନ୍‌ରେ ଜିଲାପି ଆକାରରେ ସେଥିରେ ପକାନ୍ତୁ। ଜିଲାପି ଅଳ୍ପ ଲାଲ ହୋଇଯିବା ପରେ ତାକୁ କାଢ଼ି ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶିରାରେ ପକାଇ କିଛି ସମୟ ରଖନ୍ତୁ। ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସ୍ଵାଦିଷ୍ଟ ଜିଲାପି। ଏହାକୁ ପ୍ଲେଟ୍ ବାହାର କରି ଦୋଳଗୋବିନ୍ଧଙ୍କ ପାଖରେ ପ୍ରସାଦ ଲଗାନ୍ତୁ ଏବଂ ପରଷି ଦିଅନ୍ତୁ ଆପଣଙ୍କ ପ୍ରିୟ ଜନଙ୍କୁ ।

Comments are closed.