Latest Odisha News

ଡି କକ୍ ରାଜୁତି, ହାଇଦ୍ରାବାଦ ସମ୍ମୁଖରେ ମୁମ୍ବାଇ ରଖିଲା ୨୦୯ ରନର ଲକ୍ଷ୍ୟ

ଶାରଜା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ କ୍ୱିଂଟନ ଡି’କକ୍‌ଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୯ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ୨୦ ଓଭରରେ ୫ ଉଇକେଟ ହରାଇ ୨୦୮ ରନ କରିଥିଲା ।

ଡି’କକ୍ ୩୯ ବଲରେ ୪ ଚୌକା ଓ ୪ଛକା ସହାୟତାରେ ୬୭ ରନ କରିଥିଲେ । ଅଧିନାୟକ ରୋହିତ ଶର୍ମା(୬), ସୂର୍ଯ୍ୟକୁମାର ଯାଦବ (୨୭), ଈଶାନ କିଶାନ (୩୧), ହାର୍ଦ୍ଦିକ ପାଣ୍ଡ୍ୟା (୨୮), କିରନ ପୋଲାର୍ଡ (୨୫ନଟଆଉଟ) ଓ କୃଣାଳ ପାଣ୍ଡ୍ୟା (୨୫ ନଟ ଆଉଟ) ରନ କରିଥିଲେ । ୩ଟି ମ୍ୟାଚରେ ନିରାଶ କରିଥିବା ଡି’କକ୍ କିନ୍ତୁ ଆଜି ମୁମ୍ବାଇର ସମ୍ମାନ ରଖିଥିଲେ ।

Comments are closed.