ଭୁବନେଶ୍ୱର: କରୋନା ଅନେକଙ୍କ ଜୀବନର ମୋଡ଼ ବଦଳାଇ ଦେଇଛି । କାହାଠୁ ପ୍ରିୟ ପରିଜନଙ୍କୁ ଛଡ଼ାଇ ନେଇଛି ତ ଆଉ କାହାଠୁ ଅର୍ଥ ଉପାର୍ଜନର ପନ୍ଥା । ମହାମାରୀ ସହ ଲଢ଼ୁ ଲଢ଼ୁ ଅନେକଙ୍କ ଜୀବନଜୀବିକା ବି ଚାଲି ଯାଇଛି । କରୋନା ସହ ସଂଘର୍ଷ ଭିତରେ ଅନ୍ୟମାନଙ୍କ ଲାଗି ଉଦାହରଣ ସୃଷ୍ଟି କରିଛନ୍ତି ଭୁବନେଶ୍ୱରର ମଧୁସ୍ମିତା ପୃଷ୍ଟି । ଶ୍ମଶାନରେ ସ୍ୱାମୀଙ୍କ ସହ ମିଶି ଶବଦାହ କରୁଛନ୍ତି ।
I performed last rites of 500 bodies in 2.5 years & over 300 Covid bodies last year in Bhubaneswar. Being a woman, I was criticised for doing so but I continued working under a trust run by my husband: Madhusmita Prusty, who quit nursing job to cremate unclaimed bodies in Odisha pic.twitter.com/oips5OYsAD
— ANI (@ANI) May 23, 2021
ମଧୁସ୍ମିତା କୋଲକାତାର ଫର୍ଟିସ୍ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ । ପ୍ରାୟ ୯ ବର୍ଷ ସେବିକା ଭାବେ ରୋଗୀଙ୍କ ସେବା କରିବା ପରେ ଚାକିରି ଛାଡ଼ି ୨୦୧୯ରେ ଭୁବନେଶ୍ୱର ପଳାଇ ଆସିଥିଲେ ମଧୁସ୍ମିତା । ଆଉ ଏବେ ସ୍ୱାମୀଙ୍କ ସହ ମିଶି କୋଭିଡ୍ ମୃତଦେହ ସହ ଅଜଣା, ଅଚିହ୍ନା ଓ ପିରତ୍ୟକ୍ତ ଶବ ସତ୍କାର କରୁଛନ୍ତି ।
ଅଢ଼େଇ ବର୍ଷ ଭିତରେ ମଧୁସ୍ମିତା ପ୍ରାୟ ୫୦୦ରୁ ଅଧିକ ମୃତଦେହ ଦାହ କରିଛନ୍ତି । ଭୁବନେଶ୍ୱର ଗତ ବର୍ଷକ ମଧ୍ୟରେ ୩ ଶହରୁ ଅଧିକ କୋଭିଡ୍ ମୃତଦେହର ସତ୍କାର ବି କରିଛନ୍ତି ସ୍ୱାମୀଙ୍କ ସହ । ଯଦିଓ ସମାଜରେ ମହିଳାଙ୍କୁ ଶ୍ମଶାନ ବାରଣ କରାଯାଇଥାଏ । ତଥାପି ଲୋକଙ୍କ ସମାଲୋଚନାକୁ ଖାତିର୍ ନକରି ସ୍ୱାମୀଙ୍କ ବିଶ୍ୱାସ ଓ ଭଲ ପାଇବାକୁ ପାଥେୟ କରି ସେ ଶବ ସତ୍କାର କରୁଥିବା କହିଛନ୍ତି ।
Comments are closed.