Latest Odisha News

BREAKING NEWS

କୁତୁବ ମୀନାର ପ୍ରକୃତରେ ବିଷ୍ଣୁ ସ୍ତମ୍ଭ ଥିଲା, କହିଲା ବିଶ୍ୱ ହିନ୍ଦୁ ପରିଷଦ

ହିନ୍ଦୁ ସମ୍ପ୍ରଦାୟକୁ ଚିଡ଼େଇବା ପାଇଁ ଏହି ସ୍ତମ୍ଭ ଉଦ୍ଦେଶ୍ୟମୂଳକ ଭାବେ ତିଆରି କରାଯାଇଛି ବୋଲି ଦାବି

ଦିଲ୍ଲୀ: ପ୍ରକୃତରେ କୁତୁବ ମୀନାର ବିଷ୍ଣୁ ସ୍ତମ୍ଭ ଥିଲା । ୨୭ଟି ହିନ୍ଦୁ ଏବଂ ଜୈନ ମନ୍ଦିର ଭାଙ୍ଗି ବିଷ୍ଣୁ ସ୍ତମ୍ଭ ତିଆରି ହୋଇଛି । ସେହି ମନ୍ଦିର ଗୁଡ଼ିକ ଭାଙ୍ଗି ଏହି ସ୍ତମ୍ଭ ତିଆରି କରାଯାଇଛି । ଭାଙ୍ଗିବା ପରେ ଭଗ୍ନାଂଶ ପଥରରେ କୁତୁବ ମୀନାର ତିଆରି କରାଯାଇଛି ।

ଋବିବାର, ବିଶ୍ୱ ହିନ୍ଦୁ ପରିଷଦର ମୁଖପାତ୍ର ବିନୋଦ ବଂଶଲ ଏହା କହିଛନ୍ତି । ମନ୍ଦିର ଗୁଡ଼ିକ ଭାଙ୍ଗି ଏହି ସ୍ତମ୍ଭ ତିଆରିର ଏକ ବିଶେଷ କାରଣ ରହିଛି । ହିନ୍ଦୁ ସମ୍ପ୍ରଦାୟକୁ ଚିଡ଼େଇବା ପାଇଁ ଏହି ସ୍ତମ୍ଭ ଉଦ୍ଦେଶ୍ୟମୂଳକ ଭାବେ ତିଆରି କରାଯାଇଛି ବୋଲି ବିନୋଦ କହିଛନ୍ତି ।

ଇିଶ୍ୱ ହିନ୍ଦୁ ପରିଷଦ ଦାବି କରୁଛି ଯେ, ପୂର୍ବରୁ ଭଙ୍ଗାଯାଇଥିବା ମନ୍ଦିର ସ୍ଥାନରେ ପୁନଃନିର୍ମାଣ ହେଉ । ଏବଂ ହିନ୍ଦୁମାନଙ୍କୁ ପୂଜାର୍ଚ୍ଚନା କରିବାକୁ ଦିଆଯାଉ ।

ତେବେ ବିନୋଦ ବଂଶଲ କେଉଁ ତଥ୍ୟ ଆଧାରରେ ଏହି ମନ୍ତବ୍ୟ ଦେଇଛନ୍ତି ସ୍ପଷ୍ଟ କରିନାହାନ୍ତି । କିମ୍ବା କୌଣସି ପ୍ରକାର ସୂତ୍ର ମଧ୍ୟ ଉଲ୍ଲେଖ କରିନାହାନ୍ତି ।

ପୂର୍ବରୁ ହିନ୍ଦୁ ମହାସଭା ୨୦୧୮ରେ ଏକ କ୍ୟାଲେଣ୍ଡରରେ ଏମିତି ତଥ୍ୟ ଦେଇଥିଲା । ସେଥିରେ ଉଲ୍ଲେଖ କରିଥିଲା ଯେ, କୁତୁବ ମୀନାର-ବିଷ୍ଣୁ ସ୍ତମ୍ଭ, ତାଜ ମହଲ-ତେଜୋ ମହାଳୟ ଶିବ ମନ୍ଦିର, ଏବଂ କାଶୀର ଜ୍ଞାନବ୍ୟାପୀ ମସଜିଦ୍ ହେଉଛି ବିଶ୍ୱନାଥ ମନ୍ଦିର ।

Leave A Reply

Your email address will not be published.