Latest Odisha News

BREAKING NEWS

ରାମନବମୀରେ ମହାପ୍ରଭୁଙ୍କ ରଥକାଠ ଚିରଟ ଅନୁକୂଳ ପରମ୍ପରା

କଟକ : ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଆଜି ପବିତ୍ର ରାମନବମୀ ଥିବାରୁ ମହାପ୍ରଭୁଙ୍କ ରଥକାଠ ଚିରଟ ଅନୁକୂଳ କରାଯାଇଛି। କଟକ ଖପୁରିଆ ସ ମିଲ୍ ଠାରେ କାଠକୁ ଚିରଟ କରାଯାଇଛି। ଶ୍ରୀମନ୍ଦିରରୁ ଗାଡି ଯୋଗେ ଆଜ୍ଞାମାଳ ଅଣାଯାଇ ଏହି କରତକଳରେ କାଠକୁ ମେସିନ ସାହାଯ୍ୟରେ ଚିରାଯାଇଛି। ଆଜ୍ଞାମାଳ ଅଣାଯିବା ସମୟରେ ଝାଞ୍ଜ, ମୃଦଙ୍ଗ, ହରିବୋଲ, ହୁଳହୁଳି ରେ ଫାଟି ପଡୁଥିଲା ସାରା  ପରିବେଶ। ତେବେ ତିନି ଠାକୁରଙ୍କ ତିନୋଟି ଧଉରା କାଠ ସଂଗ୍ରହ କରାଯାଇ ଏହି ସ୍ଥାନକୁ ଅଣାଯାଇଛି। କାଠ ଚିରଟ ହେବା ପରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ରଥ ନିର୍ମାଣ କାମ ଆରମ୍ଭ ହେବ।

ଆଜିର ରାମନବମୀ ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥକାଠ ଚିରଟର ପରମ୍ପରା ରହିଆସିଛି। ରଥଯାତ୍ରା ପାଇଁ ଡିସେମ୍ବର ମାସ ଠୁ ପ୍ରତ୍ୟେକ ବନ ଅଧିକାରୀଙ୍କୁ କାଠ ପାଇଁ କୁହାଯାଇଥାଏ। ଫାଶୀ, ଅସନ, ଧଉରା,ମଇ, ଶିମିଳି,ରାଇ,ବଉଳ ଆଦି କାଠ ଅଣାଯାଇ ଚିରଟ କରାଯିବ। ତେବେ ଏହି କରତକଳରେ ୪୨୨ ଖଣ୍ଡ ରଥକାଠ ଆସିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ରଥକାଠ ଚିରଟ ହେବା ପରେ ସବୁକାଠକୁ ପୁରୀ ନିଆଯିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଆଉ ତାପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।

Leave A Reply

Your email address will not be published.