Latest Odisha News

BREAKING NEWS

ପୁଅକୁ ଅପମାନ ଦିଆଯାଉଥିବା ଅଭିଯୋଗ ଆଣିଲେ କ୍ରିକେଟର ଅଶ୍ବିନଙ୍କ ବାପା

ନୂଆଦିଲ୍ଲୀ: ଖେଳ ଜଗତରୁ ହଠାତ ଅଶ୍ୱିନ ସନ୍ୟାସ ନେଇଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦର୍ଶକ। ଏହାରି ମଧ୍ୟରେ ତାଙ୍କ ବାପା ରବିଚନ୍ଦ୍ରନ ଅଭିଯୋଗ ଆଣିଛନ୍ତି ଯେ ଅଶ୍ୱିନଙ୍କୁ କ୍ରମାଗତ ଭାବେ ଅପମାନିତ କରାଯାଉଥିଲା ଯେଉଁ କାରଣରୁ ଷ୍ଟାର ଅଫ୍ ସ୍ପିନର ହଠାତ୍ ଅବସର ନେଇଯାଇଛନ୍ତି।

ରବିଚନ୍ଦ୍ରନ ଏହା ମଧ୍ୟ କହିଛନ୍ତି ଯେ ଅଶ୍ୱିନଙ୍କ ଅବସର ବିଷୟରେ ତାଙ୍କୁ ଆଗରୁ ଜଣା ନଥିଲା। ସାମ୍ବାଦିକ ସମ୍ମିଳନୀରେ ଅଶ୍ୱିନ ଘୋଷଣା କରିବା ପରେ ସେ ଏହି ବିଷୟରେ ଜାଣିବାକୁ ପାଇଲେ। ତେବେ ଏହା ମଧ୍ଯରେ ରବିଚନ୍ଦ୍ରନ ଅଶ୍ୱିନ ଗୁରୁବାର ଦିନ ଅଷ୍ଟ୍ରେଲିଆରୁ ଭାରତ ଫେରିଛନ୍ତି।

ଅଶ୍ୱିନଙ୍କ ପିତା ରବିଚନ୍ଦ୍ରନ ଗଣମାଧ୍ୟମରେ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ମନରେ କ’ଣ ଚାଲିଥିଲା ମୁଁ ଜାଣି ପାରିନଥିଲି  ଏବଂ ଶେଷ ମୁହୂର୍ତ୍ତରେ ହିଁ ମୁଁ ଅବସର ବିଷୟରେ ଜାଣିବାକୁ ପାଇଲି।ତେବେ ଅଶ୍ୱିନଙ୍କ ନିଷ୍ପତ୍ତିରେ ସେ ଖୁସି ଥିବା କହିବା ସହ ତାଙ୍କୁ ଆଉ କିଛିଦିନ ଖେଳିବା ଉଚିତ ଥିଲା ବୋଲି ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି ଅବସର ନେବା ତାଙ୍କର ଇଚ୍ଛା ଓ ସେଥିରେ ମୁଁ ହସ୍ତକ୍ଷେପ କରିବି ନାହିଁ। କିନ୍ତୁ ସେ ଏହିପରି ହଠାତ ଅବସର ନେବା ପଛରେ ଅନେକ କାରଣ ଥାଇପାରେ।  ତେବେ କୌଣସି ଅପମାନ କାରଣରୁ ଅଶ୍ୱିନ ଏହିଭଳି ନିଷ୍ପତ୍ତି ନେଇଥିବା କଥା ସେ କହିଛନ୍ତି।

ତେବେ ଅଶ୍ବିନ ୧୪-୧୫ ବର୍ଷ ଧରି କ୍ରମାଗତ ଭାବରେ ଖେଳୁଥିବାରୁ ତାଙ୍କର ଏହି ନିଷ୍ପତ୍ତିରେ ପୁରା ପରିବାର ଭାବୁକ ଓ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Comments are closed.