Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସ: ରାଷ୍ଟ୍ରପତି ପଦକରେ ସମ୍ମାନିତ ହେଲେ ଓଡିଆ ବାୟୁସେନା ଅଧିକାରୀ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ଉଲ୍ଲେଖନୀୟ ସେବା ଲାଗି ବିଭିନ୍ନ ବର୍ଗରେ ଅନେକ ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି । ଏହି ଅବସରରେ ଭୁବନେଶ୍ୱରରେ ରହୁଥିବା ଏୟାର ଭାଇସ୍ ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ମଧ୍ୟ ରାଷ୍ଟ୍ରପତି ‘ଅତି ବିଶିଷ୍ଟ ସେବା ମେଡାଲ’ରେ ସମ୍ମାନିତ କରିଛନ୍ତି ।

ବର୍ତ୍ତମାନ ସମୟରେ ଶ୍ରୀ ପଟ୍ଟନାୟକ ଜଣେ ଓଡିଆ ଅଧିକାରୀ ଭାବେ ଭାରତୀୟ ବାୟୁସେନାରେ ବରିଷ୍ଠ ବିଭାଗରେ କାର୍ଯ୍ୟରତ ।

ଭୁବନେଶ୍ୱରସ୍ଥିତ କେଭି-୧ ଓ ଡିଏମ୍ ସ୍କୁଲରୁ ଶ୍ରୀ ପଟ୍ଟନାୟକ ନିଜର ଶିକ୍ଷା ସମାପ୍ତ କରିଥିଲେ । ପାଖାପାଖି ୪୦ ବର୍ଷ ତଳେ ସେ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀରେ ଯୋଗ ଦେଇଥିଲେ ।

ଏହାବ୍ୟତିତ ନିଜର ୩୫ ବର୍ଷ କ୍ୟାରିୟରରେ ସେ ବାୟୁସେନାର ଅନେକ ବଡ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଆହୁରି ମଧ୍ୟ ବାୟୁସେନା ବିମାନ ଦ୍ୱାରା ବାଲାକୋଟ୍ ସଜିର୍କାଲ୍ ଷ୍ଟ୍ରାଇକ୍ ସମୟରେ ଶ୍ରୀ ପଟ୍ଟନାୟକ ମଧ୍ୟ ଜଣେ ସକ୍ରିୟ ସଦସ୍ୟ ଭାବେ ଅଂଶ ଗ୍ରହଣ କରିଥିଲେ ।

Comments are closed.